Latest Laws
ସମସ୍ତିପୁର : ବିହାର ସୁବେ ଅଞ୍ଚଳରେ ମଦ ବିକ୍ରି ବନ୍ଦ ରହିଥିବା ବେଳେ ଜଣେ ପୁଲିସ ବାବୁ ଏହାର ଖୋଲାଖୋଲି ଉଲଙ୍ଘନ କରିଥିବା ଦେଖିବାକୁ ମିଳିଛି। ବିହାର ସମସ୍ତିପୁର ଅଞ୍ଚଳରେ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଥାନାରେ ନିୟୋଜିତ ଜଣେ ପୁଲିସ ବାବୁ ୟୁନିଫର୍ମରେ ଥାଇ ମଦ ପିଉଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ପୁଲିସ ବାବୁଙ୍କ ମଦ ପିଇବା ଫଟୋ ଭାଇରାଲ ହେବାପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଘଟଣାକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଏହାପରେ ଅଭିଯୁକ୍ତ ପୁଲିସ ବାବୁଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ନିଲମ୍ବନ କରାଯାଇଛି ।
abplive.comଏହି ଘଟଣାକୁ ନେଇ ସମସ୍ତିପୁର ଏସପି ବିକାଶ ବର୍ମନ କହିଛନ୍ତି, ପୁଲିସ ବାବୁ ଖାକି ପୋଷାକରେ ଥାଇ ମଦ ପିଇବା ଘଟଣା ସାମ୍ନାକୁ ଆସିବା ପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଉକ୍ତ ପୁଲିସଙ୍କୁ ନିଲମ୍ବନ କରାଯାଇଛି। ଏହାସହ ଏସଡିିପିଓଙ୍କୁ ମାମଲାର ତଦନ୍ତ ନିର୍ଦେଶ ଦିଆଯାଇଛି । ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ବି ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି।
Follow Us