ସୁଶାନ୍ତଙ୍କୁ ୨୦୧୯-୨୦ ମସିହାରୁ ନିଶାଦ୍ରବ୍ୟ ଯୋଗାଇ ଆସୁଥିଲେ ବୋଲି ସ୍ବୀକାର କଲେ ସାମୁଏଲ ମିରାଣ୍ଡା

ବିହାରରେ ସୁଶାନ୍ତଙ୍କ ପୋଷ୍ଟର୍‌କୁ ନେଇ ରାଜନୀତି, ବିରୋଧୀ ଦଳଙ୍କ ବିରୋଧ

Inventiva

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)କୁ ଦେଇଥିବା ବିବୃତ୍ତିରେ ସୁଶାନ୍ତ ସିଂ ରାଜପୁତଙ୍କ ଘର ମ୍ୟାନେଜର ସାମୁଏଲ ମିରାଣ୍ଡା ସ୍ୱୀକାର କରିଛନ୍ତି ଯେ ସେ ସେପ୍ଟେମ୍ବର ୨୦୧୯ରୁ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ନିଶାଦ୍ରବ୍ୟ(ଗଞ୍ଜେଇ) ଯୋଗାଇ ଆସୁଥିଲେ। ଶୁକ୍ରବାର ସକାଳେ ରିୟାଙ୍କ ଭାଇ ସୌଭିକ୍‌ ଚକ୍ରବର୍ତ୍ତୀଙ୍କ ବାସଭବନରେ ଏନ୍‌ସିବି ଚଢ଼ାଉ କରିବା ସହ ଉଭୟ ସୌଭିକ ଓ ମିରାଣ୍ଡାଙ୍କୁ ଗିରଫ କରିଥିଲା। ଆଜି ମୁମ୍ବାଇ କୋର୍ଟ ଏହି ଦୁଇ ଜଣଙ୍କୁ ୪ ଦିନ ପାଇଁ ଏନ୍‌ସିବି ହେପାଜତକୁ ପଠାଇଛନ୍ତି।

ସାମୁଏଲ ପ୍ରକାଶ କରିଛନ୍ତି ଯେ ସେ ସୌଭିକ ଚକ୍ରବର୍ତ୍ତୀଙ୍କର ଏକ ବନ୍ଧୁଙ୍କଠାରୁ ପ୍ୟାକେଟ୍ ପିଛା ୨୫୦୦ ଟଙ୍କାରେ ଗଞ୍ଜେଇ କ୍ରୟ କରୁଥିଲେ। କମଲଜିତ୍ (କେଜେ) ନାମକ ଡ୍ରଗ୍ସ ଯୋଗାଣକାରୀଙ୍କ ନାମ ନେଇ ସାମୁଏଲ୍‌ କହିଛନ୍ତି ସେ ୱାଟରଷ୍ଟୋନ୍ କ୍ଲବ୍, ପ୍ରାଇମ୍ ରୋଜ୍ ଆପାର୍ଟମେଣ୍ଟ (ରିୟାଙ୍କ ବାସଭବନ) ଏବଂ ମାଉଣ୍ଟ ବ୍ଲାଙ୍କ୍‌ ଆପାର୍ଟମେଣ୍ଟ (ସୁଶାନ୍ତଙ୍କ ବାସଭବନ) କୁ ବି ନିଶାଦ୍ରବ୍ୟ ବିତରଣ କରୁଥିଲେ।

publive-image
The Indian Express

ରିପୋର୍ଟରୁ ପ୍ରକାଶ ଯେ ମାର୍ଚ୍ଚ ୨୦୨୦ ମସିହାରେ ସୌଭିକ୍‌ ଚକ୍ରବର୍ତ୍ତୀ ସାମୁଏଲ ମିରାଣ୍ଡାଙ୍କୁ ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଗଞ୍ଜେଇ ଆଣିବାକୁ କହିଥିଲେ। ସେ ମିରାଣ୍ଡାଙ୍କୁ ଜଏଦ ଭିଲାଟ୍ରାଙ୍କ ଯୋଗାଯୋଗ ନମ୍ବର ଦେଇ ବେସିତ ପ୍ୟାରୀଙ୍କ ପରିଚୟ ଦେବାକୁ କହିଥିଲେ। ଏହାସହ ସେ ମିରାଣ୍ଡାଙ୍କୁ ଏକ ଏଚଡିଏଫ୍‌ସି ବ୍ୟାଙ୍କ ଡେବିଟ୍ କାର୍ଡ ମଧ୍ୟ ଦେଇଥିଲେ। ଜାଣିବାକୁ ମିଳିଛି ଯେ ୫ ଗ୍ରାମର ଗଞ୍ଜେଇ ପାଇଁ ମିରାଣ୍ଡା ଉକ୍ତ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ୧୦ ହଜାର ଟଙ୍କା ଉଠାଇଥିଲେ।

ସାମୁଏଲ ମିରାଣ୍ଡା ସ୍ବୀକାର କରିଛନ୍ତି ଯେ ସେ ଜାଇଡ ଭିଲାଟ୍ରାଙ୍କୁ ଭେଟିଥିଲେ ଏବଂ ଏକ ରେଷ୍ଟୁରାଣ୍ଟ କଣରେ ତାଙ୍କଠାରୁ ଗଞ୍ଜେଇ ଗ୍ରହଣ କରିଥିଲେ। ସାମୁଏଲ୍ ମିରାଣ୍ଡାଙ୍କ ବିବୃତ୍ତି ଏବଂ ଏନସିବି ଦ୍ୱାରା ସଂଗୃହିତ ଇଲେକ୍ଟ୍ରୋନିକ୍ ପ୍ରମାଣରୁ ଏହା ସ୍ପଷ୍ଟ ଯେ ସାମୁଏଲ୍‌ ଜଣେ ସକ୍ରିୟ ଡ୍ରଗ୍ସ ଯୋଗାଣକାରୀ।

ଏପଟେ ଶୁକ୍ରବାର ଦିନ ପଚରାଉଚରା ବେଳେ ସୌଭିକ୍‌ ସ୍ୱୀକାର କରିଛନ୍ତି ଯେ ସେ ଭଉଣୀ ରିୟାଙ୍କ ନିର୍ଦ୍ଦେଶରେ ଡ୍ରଗ୍ସ କିଣୁଥିଲେ। ଏହି ମାମଲାରେ ଗିରଫ ହୋଇଥିବା ଚକ୍ରବର୍ତ୍ତୀ ଭାଇଭଉଣୀ ଏବଂ ଅନ୍ୟମାନଙ୍କୁ ଏବେ ଏନ୍‌ସିବି ବାରମ୍ବାର ଜେରା କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe