୪ବର୍ଷୀୟା ନାବାଳିକାକୁ ଡିିଜିଟାଲ ଦୁଷ୍କର୍ମ କରିଥିବାରୁ ବସ୍‌ କଣ୍ଡକ୍ଟରକୁ ୨୦ବର୍ଷ ଜେଲଦଣ୍ଡ ଶୁଣାଇଲେ ଅଦାଲତ, ଜାଣନ୍ତୁ ଡିିଜିଟାଲ ଦୁଷ୍କର୍ମ କ’ଣ?

Advertisment
୪ବର୍ଷୀୟା ନାବାଳିକାକୁ ଡିିଜିଟାଲ ଦୁଷ୍କର୍ମ କରିଥିବାରୁ ବସ୍‌ କଣ୍ଡକ୍ଟରକୁ ୨୦ବର୍ଷ ଜେଲଦଣ୍ଡ ଶୁଣାଇଲେ ଅଦାଲତ, ଜାଣନ୍ତୁ ଡିିଜିଟାଲ ଦୁଷ୍କର୍ମ କ’ଣ?

indiatimes.com

ଗୁରୁଗ୍ରାମ: ଦେଶରେ ଦୁଷ୍କର୍ମ ଭଳି ଅପରାଧକୁ ରୋକିବା ପାଇଁ ଅନେକ ନିୟମ ତିଆରି କରାଯାଇଥିଲେ ମଧ୍ୟ ଦିନକୁ ଦିନ ଏହି ଅପରାଧ ବଢ଼ିବାରେ ଲାଗିଛି । ମହିଳାଙ୍କଠାରୁ ଆରମ୍ଭ କରି ଛେଳି, କୁକୁର, ଗାଈ ପର୍ଯ୍ୟନ୍ତ ସମସ୍ତେ, ସମାଜରେ ଦୁର୍ବଳ ମାନସିକତା ରଖୁଥିବା ଲୋକଙ୍କ ଶିକାର ପାଲଟୁଛନ୍ତି । ଗୁରୁଗ୍ରାମରେ ୨୦୧୬ରେ ସେଭଳି ଏକ ଘଟଣା ଘଟିଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଜଣେ ବସ୍‌ କଣ୍ଡକ୍ଟର ୪ବର୍ଷୀୟା ନାବାଳିକା ସହ ବସ୍‌ ଭିତରେ ଡିଜିଟାଲ ଦୁଷ୍କର୍ମ (ଗୋଟେ ବା ଦୁଇଟି ଆଙ୍ଗୁଳି ସାହାଯ୍ୟରେ ଦୁଷ୍କର୍ମ କରିବା) କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା । ଏବେ ସେହି ଘଟଣାକୁ ନେଇ ଅଦାଲତ ଅଭିଯୁକ୍ତକୁ ୨୦ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ସହ ୫୦ହଜାର ଟଙ୍କା ଜରିମାନା ଦେବାକୁ କହିଛନ୍ତି । ଯଦି ଅଭିଯୁକ୍ତ ଜରିମାନା ରାଶି ଦେବାକୁ ବିଫଳ ହୁଅନ୍ତି, ତେବେ ତାଙ୍କୁ ଆହୁରି ୬ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ରାୟ ଦେଇଛନ୍ତି ।

publive-image indiatimes.com

ସୂଚନା ମୁତାବକ, ୨୦୧୬ରେ ପୀଡ଼ିତା ଘରକୁ ଫେରୁଥିବା ବେଳେ ବସ୍‌ରେ କେହି ନଥିବାର ସୁଯୋଗ ନେଇ ବସ୍‌ କଣ୍ଡକ୍ଟର ଏଭଳି କୁକର୍ମ କରିଥିଲେ । ପରେ ପୀଡ଼ିତାଙ୍କୁ ତାଙ୍କ ଘର ଆଗରେ ଛାଡ଼ି ଅଭିଯୁକ୍ତ ସେଠାରୁ ଚାଲି ଯାଇଥିଲେ । କିଛି ସମୟ ପରେ ପୀଡ଼ିତା ନିଜ ଜଙ୍ଘରେ ଯନ୍ତ୍ରଣା ହେବା କଥା କହିବାରୁ ତାଙ୍କ ମାତା-ପିତା ଚିକିତ୍ସା ପାଇଁ ଡ଼ାକ୍ତରଖାନା ନେଇଥିଲେ । ଯାହା ପରେ ପୂରା ମାମଲା ସାମ୍ନାକୁ ଆସିଥିଲା । ଅଭିଯୋଗ ହେବା ପରେ କଣ୍ଡକ୍ଟରକୁ ସଙ୍ଗେ ସଙ୍ଗେ ଗୁରୁଗ୍ରାମ ପୁଲିସ ଗିରଫ କରିଥିବା ବେଳେ ଦୁଇ ବର୍ଷ ପରେ ସୋମବାର ରାୟ ଶୁଣାଇଥିଲେ ଅଦାଲତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe