ସ୍କୁଲ୍‌ ଭ୍ୟାନ୍‌ ଡ୍ରାଇଭର୍‌ଙ୍କୁ ଗୁଳି ମାରି ପ୍ରଥମ ଶ୍ରେଣୀର ଛାତ୍ରକୁ ନେଇଗଲେ ଅଜ୍ଞାତ ଅପହରଣକାରୀ

Advertisment
ସ୍କୁଲ୍‌ ଭ୍ୟାନ୍‌ ଡ୍ରାଇଭର୍‌ଙ୍କୁ ଗୁଳି ମାରି ପ୍ରଥମ ଶ୍ରେଣୀର ଛାତ୍ରକୁ ନେଇଗଲେ ଅଜ୍ଞାତ ଅପହରଣକାରୀ

Image Courtesy of NDTV

ନୂଆଦିଲ୍ଲୀ: ଗୁରୁବାର ସକାଳେ କେତେକ ସଶସ୍ତ୍ର ଲୋକ ଏକ ସ୍କୁଲ୍‌ ଭ୍ୟାନ୍‌କୁ ଅଟକାଇ ଡ୍ରାଇଭର୍‌କୁ ଗୁଳି ଚଳାଇବା ପରେ ଜଣେ ସ୍କୁଲ୍‌ ପିଲାକୁ ଅପହରଣ କରି ନେଇଛନ୍ତି।

ଶହଦରା ଅଞ୍ଚଳର ଆଇବିଏଚ୍‌ଏଏସ୍‌ ହସ୍‌ପିଟାଲ୍‌ ନିକଟରେ ସକାଳ ୮ଟା ସମୟରେ ଏ ଭଳି ଘଟଣା ଘଟିଛି। ଦେଖଣାହାରିମାନେ କହନ୍ତି ଯେ ଅପହରଣକାରୀମାନେ କଳା ରଙ୍ଗର ମଟରସାଇଲେ୍‌ ଚଢ଼ି ଆସିଥିଲେ ଏବଂ ପିଲାକୁ ନେଇ ଉତ୍ତର ପ୍ରଦେଶ ଆଡ଼କୁ ଚାଲିଗଲେ।

ଅପହୃତ ବାଳକ ପ୍ରଥମ ଶ୍ରେଣୀର ଛାତ୍ର। ସେ ଅଞ୍ଚଳର ଏକ ଘରୋଇ ସ୍କୁଲ୍‌ରେ ସେ ପଢ଼େ। ସକାଳ ୯. ୧୫ ସୁଦ୍ଧା ଅପହରଣକାରୀମାନେ କୌଣସି ଅର୍ଥଦାବୀ କରି ଫୋନ୍‌ କରି ନାହାନ୍ତି।

ଏହା କୌଣସି ପେଶାଦାର ଅପରାଧୀଙ୍କ କାମ ନୁହେଁ ବୋଲି ପୁଲିସ କହୁଛି। ଏହା କୌଣସି ଆତ୍ମୀୟ ବା ପରିଚିତ ଲୋକଙ୍କର କାମ ବୋଲି ପୁଲିସ ସନ୍ଦେହ କରୁଛି। ଅପହରଣ କରୁଥିବା ପିଲାଟିକୁ ଅପହରଣକାରୀମାନେ ଭଲ ଭାବେ ଚିହ୍ନିଥିଲେ।

ଏହି ମାମଲାରେ ଏକ ଏତଲା ଦାଏର କରାଯିବା ସହ କ୍ରାଇମ୍‌ ବ୍ରାଞ୍ଚ୍‌ର ସହାୟତା ମଧ୍ୟ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe