ଶିକ୍ଷକଙ୍କ ଚାପୁଡ଼ା ଖାଇ ଅନ୍ଧ ହୋଇଗଲା ସ୍କୁଲ୍‌ ବାଳକ

Advertisment
ଶିକ୍ଷକଙ୍କ ଚାପୁଡ଼ା ଖାଇ ଅନ୍ଧ ହୋଇଗଲା ସ୍କୁଲ୍‌ ବାଳକ

Photo Courtesy of TOI

ଲକ୍ଷ୍ନୌ: ମୁଜାଫରନଗର ଜିଲ୍ଲାରେ ଜଣେ ସ୍କୁଲ୍‌ ଶିକ୍ଷକଙ୍କଠାରୁ ଚାପୁଡ଼ା ଖାଇ ଜଣେ ପଞ୍ଚମ ଶ୍ରେଣୀର ଛାତ୍ର ନିଜର ଦୃଷ୍ଟିଶକ୍ତି ହରାଇଛନ୍ତି। ସଫାନ୍‌ ଖାଁ’ ମୁଜାଫରନଗର ଅନ୍ତର୍ଗତ ମିରଟ୍‌ ରୋଡ୍‌ସ୍ଥିତ ଶରଦାନ ପବ୍ଲିକ୍‌ ସ୍କୁଲ୍‌ର ଜଣେ ଛାତ୍ର।

କ୍ଲାସ୍‌ ଚାଲିଥିବା ସମୟରେ ସେ ଛାତ୍ର ନିଜର ଜଣେ ଶ୍ରେଣୀସାଥିଙ୍କ ଠାରୁ ନିଜ ଖାତା ଫେରାଇ ଆଣିବାକୁ ଯାଇଥିଲେ। ଏ କଥା ଦେଖି ରାଗି ଯାଇଥିବା ଶିକ୍ଷକ ତା’ ପଛପଟୁ ଯାଇ ତାକୁ ଚଟକଣା ମାରିଥିଲେ।

ଏ ଘଟନା ପରେ ପିଲାଟି ଘରକୁ ଫେରିଥିଲା। ତା’ର ଅବସ୍ଥା ଦେଖି ପରିବାର ଲୋକେ ଏହାର କାରଣ ପଚାରି ଥିଲେ। ତା’ଠାରୁ ସବୁ ଶୁଣି ତା’ ଘର ଲୋକେ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ଫେରାଦ ହୋଇଥିଲେ।

ସେ ବାଳକର ପରିବାର ଅଭିଯୋଗ କରିଛି ଯେ ଚାପଡ଼ା ଖାଇବା କ୍ଷଣି ତା’ ଆଖିର ମେମ୍‌ବ୍ରେନ୍‌ ଫାଟି ଯାଇଥିଲା ଏବଂ କ୍ରମଶ! ସେ ନିଜର ଦୃଷ୍ଟି ଶକ୍ତି ହରାଇବାକୁ ଲାଗିଲା।

ପରିବାର ଦାବି କରିଛି ଯେ ସେମାନେ ସ୍କୁଲ୍‌ ପ୍ରଶାସନରେ ଏ କଥା ଅଭିଯୋଗ କରିବାକୁ ଚେଷ୍ଟା କଲାରୁ ଦୁର୍ବ୍ୟବହାରର ସରବ୍ୟ ହୋଇଥିଲେ। ନାବାଳକର ପିତାମାତା ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଦାଏର କରିଛନ୍ତି।

ସଫାନ୍‌ର ପିତାମାତା କହିଛନ୍ତି ଯେ ସେମାନଙ୍କ ପୁଅ ଡାହଣ ଆଖିରେ ଠିକ୍‌ ଭାବେ ଦେଖି ପାରୁ ନାହିଁ। ଡାହଣ ଆଖିରେ ସେ ୯୦% ଦେଖି ପାରୁ ନାହିଁ। ଇତିମଧ୍ୟରେ, ସେମାନେ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି ଏବଂ ତଦନ୍ତ ଆରମ୍ଭ ହୋଇଛି ବୋଲି ପୁଲିସ କହିଛି।

ସଫାନ୍‌ଙ୍କ ଘର ଲୋକେ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କୁ ମଧ୍ୟ ଭେଟିଥିଲେ। ନ୍ୟାୟ ଦିଆଯିବ ବୋଲି ସେ ମହାଶୟ ପ୍ରତିଶ୍ରୁତି ଦେଇଛନ୍ତି।

ଏଠାରେ ସ୍ମରଣ ଯୋଗ୍ୟ, ଏମିତି ଏକ ଘଟନାରେ ଉପସ୍ଥାନ ଡାକର ପ୍ରତ୍ୟୁତ୍ତର ନ ଦେଇ ଥିବା ଜଣେ ବାଳକକୁ ଲକ୍ଷ୍ନୌରେ ଜଣେ ସ୍କୁଲ୍‌ ଶିକ୍ଷକ ଦୁଇ ମିନିଟ୍‌ରେ ୪୦ ଚାପୁଡ଼ା ମାରି ଥିଲେ। ଛାତ୍ରଟି ଘରକୁ ଫେରିଲା ପରେ ପିତାମାତା ତା’ର ଫୁଲା ମୁହଁକୁ ଦେଖି ଏ କଥା ପ୍ରଘଟ କରାଇ ଥିଲେ। ପରେ ସେ ଶିକ୍ଷକଙ୍କୁ ବହିଷ୍କାର କରାଯାଇ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe