ରାୟଗଡ଼ା (ଶିବ ପ୍ରସାଦ ଦୋରା): ମଦ ନିଶାରେ ବିଦ୍ୟାଳୟ ପରିସରରେ ଥିବା ଭଗବାନ ଗଣେଶ ଓ ସରସ୍ବତୀଙ୍କ ମୂର୍ତ୍ତି ଭାଙ୍ଗିବା ଘଟଣାରେ ଅମ୍ବାଦଳା ପୁଲିସ ସଂପୃକ୍ତ ଶିକ୍ଷକଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି। ଆଜି ଆମ୍ବଦଳା ପୁଲିସ ବିଦ୍ୟାଳୟକୁ ଯାଇ ତଦନ୍ତ କରିଥିଲେ। ବିଦ୍ୟାଳୟରେ ଶିକ୍ଷକମାନଙ୍କୁ ଏନେଇ ପଚରାଉଚରା କରିଥିଲା।
ଗତ ୧୫ ତାରିଖ ରାତିରେ ଅନୁସୂଚିତ ଜନଜାତି ଓ ଜାତି ପଛୁଆ ବର୍ଗ ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳାସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ଅଭାବନିୟ ଘଟଣାରେ ବିଦ୍ୟାଳୟର ଶିକ୍ଷକ କେ କ୍ରିଷ୍ଣା ରାଜୁ ମଦ ନିଶାରେ ବିଦ୍ୟାଳୟ ପରିସରରେ ଘୁରି ବୁଲୁଥିଲେl ସନ୍ଧ୍ୟା ସମୟରେ ମଦୁଆ ଶିକ୍ଷକ ଜଣକ ଆଉ କାହାକୁ ନ ପାଇ ବିଦ୍ୟାଳୟ ପରିସରରେ ରଖାଯାଇଥିବା ଗଣେଶ ଏବଂ ସରସ୍ବତୀ ମୂର୍ତ୍ତି ସହ ବାର୍ତ୍ତାଳପ କରି ପ୍ରଶ୍ନ ପଚାରିବା ଆରମ୍ଭ କରିଦେଇଥିଲେl ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କ କହିବାନୁଯାୟୀ ଶିକ୍ଷକ ଜଣଙ୍କ ମୂର୍ତ୍ତି ଗୁଡିକୁ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ପଚାରିଥିଲେ ଏବଂ ଉତ୍ତର ମିଳିନଥିବାରୁ ମୂର୍ତ୍ତି ଗୁଡିକୁ ଏକ ପଥର ସାହାଯ୍ୟରେ ଭାଙ୍ଗିଦେଇଥିଲେ। ଫଳରେ ମୂର୍ତ୍ତି ଗୁଡିକର ହାତ ଓ ଅନ୍ୟାନ୍ୟ ଅଙ୍ଗ ଭାଙ୍ଗିଯାଇଥିଲା।
ଆହୁରି ପଢ଼ନ୍ତୁ: Murder: ସାନକୁ ମାରିବାକୁ ବଡ଼ଭାଇ ଦେଇଥିଲା ସୁପାରି, ୫ ଲକ୍ଷରେ ହୋଇଥିଲା ଡିଲ୍
ନିଆଯିବ କାର୍ଯ୍ୟାନୁଷ୍ଠାନ
ଏହି ଘଟଣା ସାମ୍ନାକୁ ଆସିବା ପରେ ଗତକାଲି ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦ ଓ ଅନ୍ୟାନ୍ୟ ସଂଗଠନ ଏହି ଘଟଣାରେ ପ୍ରଧାନଶିକ୍ଷକ କୋଲା ବାମନମୂର୍ତ୍ତି ଓ ମଦୁଆ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ। ଏନେଇ ଅମ୍ବାଦଳା ଥାନାରେ ମଧ୍ୟ ଲିଖିତ ଅଭିଯୋଗ ମଧ୍ୟ ହୋଇଥିଲା। ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓଙ୍କୁ ପଚାରିବାରୁ ଜିଲ୍ଲାପାଳ ଘଟଣାକୁ ନେଇ ରିପୋର୍ଟ ମାଗିଥିଲେ ଏବଂ ଜିଲ୍ଲାପାଳଙ୍କ ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆମ୍ବାଦଳା ପୁଲିସ ଭାରତୀୟ ନ୍ୟାୟ ସଂହିତାର ଧାରା ୨୯୯,୧୯୬(୨)୩୫୩(୩) ଓ ଓଡିଶା ଫ୍ରିଡମ ଅଫ ରିଲିଜିୟନ ଆକ୍ଟ ୧୯୬୭ଧାରା ୪ ରେ କେସ ରୁଜୁ କରି ସଂପୃକ୍ତ ଶିକ୍ଷକ ବିରୋଧରେ ତଦନ୍ତ କରୁଥିବା ଜଣାପଡିଛି।
ଆହୁରି ପଢ଼ନ୍ତୁ: Paracetamol in Pregnancy: ଗର୍ଭାବସ୍ଥାରେ ପାରାସିଟାମଲ୍ ନିରାପଦ, ଅଟିଜିମ୍ର କୌଣସି ବିପଦ ନାହିଁ" ଟ୍ରମ୍ପଙ୍କ ଦାବିକୁ ଖଣ୍ଡନ କଲା ନୂତନ ଅଧ୍ୟୟନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/17/untitled-23-2026-01-17-20-10-07.jpg)