ପାର୍କିିଂ ପାଇଁ ପଡୋଶୀ ମାରିଲେ ମାଡ଼, ଚାଲିଗଲା ବୈଜ୍ଞାନିକଙ୍କ ଜୀବନ

ପାର୍କିଂକୁ ନେଇ ଝଗଡ଼ା ହେବା ପରେ ଚାଲିଗଲା ଜୀବନ। ମୋହାଲିରେ ଘଟିଛି ଏଭଳି ଅଭବାନୀୟ ଘଟଣା। ପାର୍କିଂକୁ ନେଇ ଝଗଡ଼ା ହେବା ପରେ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ (ଆଇଆଇଏସଇଆର)ର ଜଣେ ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଛି।

tscient

ମୋହାଲି: ପାର୍କିଂକୁ ନେଇ ଝଗଡ଼ା ହେବା ପରେ ଚାଲିଗଲା ଜୀବନ। ମୋହାଲିରେ ଘଟିଛି ଏଭଳି ଅଭବାନୀୟ ଘଟଣା। ପାର୍କିଂକୁ ନେଇ ଝଗଡ଼ା ହେବା ପରେ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ (ଆଇଆଇଏସଇଆର)ର ଜଣେ ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଛି। ପାର୍କିଂରେ ଲାଗିଥିବା ସିସିଟିଭି କ୍ୟାମେରାରେ ପୂରା ଘଟଣା କଏଦ ହୋଇଥିବା ବେଳେ ଏବେ ତାହା ଭାଇରାଲ ହେଉଛି। ମୃତକଙ୍କ ନାମ ଅଭିଷେକ ସ୍ୱର୍ଣ୍ଣକାର, ଯିଏ ମୂଳତଃ ପଶ୍ଚିମବଙ୍ଗର ବାସିନ୍ଦା ଥିଲେ।

୩୯ ବର୍ଷୀୟ ଅଭିଷେକ ସ୍ୱର୍ଣ୍ଣକାର ମୋହାଲିରେ ଆଇଆଇଏସଇଆରରେ କାମ କରୁଥିଲେ। ସେଥିପାଇଁ ସେ ଘର ଛାଡ଼ି ଆସି ମୋହାଲିର ସେକ୍ଟର ୬୭ରେ ନିଜ ବାପା-ମା’ଙ୍କ ସହ ଏକ ଭଡା ଘରେ ରହୁଥିଲେ। ଏହି ବିବାଦ ସେ ରହୁଥିବା ଘରର ପାର୍କିଂରେ ଘଟିଥିଲା। 

ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଅଭିଷେକ ସ୍ୱର୍ଣ୍ଣକାରଙ୍କର ତାଙ୍କ ପଡ଼ୋଶୀ ତଥା ସପ୍ଟୱେର ଇଞ୍ଜିନିୟର ଥିବା ମଣ୍ଟିଙ୍କ ସହ ଝଗଡ଼ା ହୋଇଥିଲା। ଝଗଡ଼ା ବଢ଼ିବାରୁ ପରେ ମଣ୍ଟି ତାଙ୍କୁ ତଳେ ପକାଇ ଦେଇଥିଲେ ଏବଂ ମାଡ଼ ମାରିଥିଲେ। ଅଭିଷେକ ପୂର୍ବରୁ ଅସୁସ୍ଥ ଥିଲେ ଏବଂ ତାଙ୍କର କିଡନୀ ପ୍ରତିରୋପଣ କରାଯାଇଥିଲା। ସେ ଡାଏଲିସିସ୍‌ରେ ଥିଲେ। ଏହି ଝଗଡ଼ା ପରେ ତାଙ୍କ ଅବସ୍ଥା ଅଧିକ ଖରାପ ହେବା ସହ ପରେ ତାଙ୍କର ମୃତ୍ୟୁ ହେଲା ବୋଲି ଜଣାଯାଇଛି। ମଣ୍ଟି ତାଙ୍କ ସ୍ବାସ୍ଥ୍ୟାବସ୍ଥା କଥା ଜାଣି ବି ଏଭଳି ଆକ୍ରମଣ କରିଥିବା କହିଛନ୍ତି ଅଭିଷେକଙ୍କ ପରିବାର ଲୋକେ।

କୁହାଯାଉଛି ଯେ, ଅଭିଷେକ ଜଣେ ପ୍ରସିଦ୍ଧ ବୈଜ୍ଞାନିକ ଥିଲେ। ତାଙ୍କ ନାମ ଅନ୍ତର୍ଜାତୀୟ ପତ୍ରିକାରେ ମଧ୍ୟ ପ୍ରକାଶିତ ହୋଇଥିଲା। ସେ ପୂର୍ବରୁ ସ୍ୱିଜରଲ୍ୟାଣ୍ଡରେ କାମ କରୁଥିଲେ ଏବଂ କିଛି ଦିନ ତଳେ ଭାରତ ଫେରି ଆସିଥିଲେ। ଭାରତ ଆସି ସେ ଆଇଆଇଏସଇଆରରେ ଜଣେ ପ୍ରୋଜେକ୍ଟ ବୈଜ୍ଞାନିକ ଭାବରେ କାମ କରୁଥିଲେ। ତାଙ୍କର ନିକଟରେ କିଡନୀ ପ୍ରତିରୋପଣ କରାଯାଇଥିଲା। ଅଭିଷେକଙ୍କ ଭଉଣୀ ତାଙ୍କୁ ତାଙ୍କର ଗୋଟିଏ କିଡନୀ ଦାନ କରିବା ପରେ ସେ ଡାଏଲିସିସ୍‌ରେ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe