କର୍ଣ୍ଣାଟକର ଶିବମୋଗ୍ଗାରେ ବଜରଙ୍ଗ ଦଳ କର୍ମୀଙ୍କୁ ହତ୍ୟା; ଉତ୍ତେଜନା ହେତୁ ୧୪୪ ଧାରା ଜାରି

Advertisment
କର୍ଣ୍ଣାଟକର ଶିବମୋଗ୍ଗାରେ ବଜରଙ୍ଗ ଦଳ କର୍ମୀଙ୍କୁ ହତ୍ୟା; ଉତ୍ତେଜନା ହେତୁ ୧୪୪ ଧାରା ଜାରି

Image Courtesy of India Today

ଶିବମୋଗ୍ଗା: ରବିବାର ରାତିରେ ଜଣେ ୨୩ ବର୍ଷୀୟ ବଜରଙ୍ଗ ଦଳ କର୍ମୀଙ୍କୁ ହତ୍ୟା କରାଯିବା ଯୋଗୁଁ ଉତ୍ତେଜନାମୟ ପରିସ୍ଥିତି ସୃଷ୍ଟି ହେବାରୁ କର୍ଣ୍ଣାଟକର ଶିବମୋଗ୍ଗା ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି।

ଆହତ ଅବସ୍ଥାରେ ହର୍ଷ ନାମକ ଉକ୍ତ ବଜରଙ୍ଗ ଦଳ କର୍ମୀଙ୍କୁ ମ୍ୟାକ୍‌ ଗାନ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠ‌ାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଘଟଣାଟି ସମ୍ପ୍ରତି ରାଜ୍ୟରେ ଚାଲିଥିବା ହିଜାବ୍‌ ବିବାଦ ସହ ସମ୍ପୃକ୍ତ ନ ଥିବା କଥା କର୍ଣ୍ଣାଟକର ଗୃହମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ର କହିଛନ୍ତି। କିନ୍ତୁ, କୌଣସି ସିଦ୍ଧାନ୍ତରେ ପହଞ୍ଚିବା ପୂର୍ବରୁ ଅଧିକ ତଦନ୍ତ ପାଇଁ ଅପେକ୍ଷା କରାଯିବା ଆବଶ୍ୟକ।

publive-image Image Courtesy of NDTV

ଦରଜୀ କାମ କରୁଥିବା ନିହତ ବଜରଙ୍ଗ ଦଳ କର୍ମୀ ହର୍ଷଙ୍କ ପରିବାରର ଲୋକମାନଙ୍କ ସହ ଅରାଗା ଜ୍ଞାନେନ୍ଦ୍ର କଥାବାର୍ତ୍ତା କରିଛନ୍ତି।

ରବିବାର ରାତି ୯:୩୦ରେ ହତ୍ୟାକାଣ୍ଡ ଘଟିଛି। ପୁଲିସ ‌କିଛି ସୁରାକ୍‌ ପାଇଛି। ଅବିଳମ୍ବେ ଅପରାଧୀକୁ ଗିରଫ କରାଯିବ ବୋଲି ଅରାଗା ଜ୍ଞାନେନ୍ଦ୍ର କହିଛନ୍ତି।

ଶାନ୍ତ ରହିବାକୁ ଜନସାଧାରଣଙ୍କୁ ନିବେଦନ କରି ସେ କହିଛନ୍ତି, ହତ୍ୟାକାଣ୍ଡର ଉଦ୍ଦେଶ୍ୟ ସମ୍ପର୍କରେ ଆମେ ଜାଣିନାହୁଁ। ଶିବମୋଗାରେ ରିଜର୍ଭ ପୁଲିସ ମୁତୟନ କରାଯାଉଛି। ହତ୍ୟାକାଣ୍ଡର ତଦନ୍ତ ନିମନ୍ତେ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି ଏବଂ ରାପିଡ୍‌ ଆକ୍ସନ୍‌ ଫୋର୍ସର ଯବାନମାନଙ୍କୁ ମଧ୍ୟ ମୁତୟନ କରାଯାଉଛି।

ତଦନ୍ତ ସଂକ୍ରାନ୍ତ ସଦ୍ୟତମ ତଥ୍ୟ ଜାଣିବାକୁ ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ ଗୃହମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ରଙ୍କ ସହ କଥାବାର୍ତ୍ତା କରିଛନ୍ତି। ଏହି ହତ୍ୟାକାଣ୍ଡରେ ୪/୫ଜଣ ବ୍ୟକ୍ତି ସମ୍ପୃକ୍ତ ଥିବା କଥା ଅରାଗା ଜ୍ଞାନେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ କହିଥିବା ବିଶେଷସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe