ସୁସାଇଡ୍‌ ନୋଟ୍‌ରେ ‘ବିଜେପି’ ବିଧାୟକଙ୍କୁ ଦାୟୀ କରି ଜୀବନ ହାରିଲେ ସାଧୁ

Advertisment
ସୁସାଇଡ୍‌ ନୋଟ୍‌ରେ ‘ବିଜେପି’ ବିଧାୟକଙ୍କୁ ଦାୟୀ କରି ଜୀବନ ହାରିଲେ ସାଧୁ

Image Courtesy of India Today

ଜାଲୋର୍‌: ଜମି ବିବାଦ କାରଣରୁ ଗୁରୁବାର ରାତିରେ ରାଜସ୍ଥାନର ଜାଲୋର୍‌ରେ ରବୀନ୍ଦ୍ରନାଥ ନାମରେ ଜଣେ ୬୦ ବର୍ଷିୟ ସାଧୁ ଆତ୍ମହତ୍ୟା କରିଛନ୍ତି। ରବୀନ୍ଦ୍ରନାଥ ଯେଉଁ ଆଶ୍ରମରେ ରହୁଥିଲେ ସେଠାକାର ଅନ୍ୟ ସାଧୁମାନେ ଅଭିଯୋଗ କରୁଛନ୍ତି ଯେ, ଭିନ୍‌ମଲ୍‌ ବିଧାୟକ ପୂରରାମ ଚୌଧୁରୀ ତାଙ୍କୁ ଆତ୍ମହତ୍ୟା କରିବାକୁ ପରୋକ୍ଷରେ ବାଧ୍ୟ କରିଛନ୍ତି।

ସୁସାଇଡ୍‌ ନୋଟ୍‌ରେ ମଧ୍ୟ ସାଧୁ ରବୀନ୍ଦ୍ରନାଥ ଆତ୍ମହତ୍ୟା ପାଇଁ ‘ବିଜେପି’ ବିଧାୟକଙ୍କୁ ଦାୟୀ କରିଛନ୍ତି। ନୋଟ୍‌ରେ ସାଧୁ ରବୀନ୍ଦ୍ରନାଥ ଜମି ବିବାଦ କଥା ଉଲ୍ଲେଖ କରିବା ସହ ତାଙ୍କ ଶବ ବ୍ୟବଚ୍ଛେଦ ନ କରିବା ଲାଗି ପ୍ରଶାସନକୁ ନିବେଦନ କରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ରାଜପୁର ଗ୍ରାମରେ ଥିବା ସୁନ୍ଧାମାତା ମନ୍ଦିର ନିକଟରେ ଥିବା ଗୋଟାଏ ଗଛରେ ସାଧୁ ରବୀନ୍ଦ୍ର ଫାଶୀ ଦେଇଥିଲେ। ପୁଲିସ ତାଙ୍କ ସୁସାଇଡ୍‌ ନୋଟ୍‌ ଲୁଚାଇ ଦେଇଛି ଏବଂ ତାଙ୍କ ଶବ ନେବାକୁ ମନା କରି ଦେଇଛି ବୋଲି ଆଶ୍ରମରେ ଥିବା ଅନ୍ୟ ସାଧୁମାନେ ଅଭିଯୋଗ କରିଛନ୍ତି।

publive-image Image Courtesy of Daily Hindustan News

ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ଲାଗି ଆଶ୍ରମ ନିକଟରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁଲିସ କହିବା ଅନୁସାରେ, ଆଶ୍ରମ ପଛରେ ଥିବା ଜମିର ମାଲିକ ହେଉଛନ୍ତି ବିଧାୟକ ପୂରରାମ ଚୌଧୁରୀ। ଆଶ୍ରମ ମାଲିକାନାରେ ଥିବା ଜମିରେ ରାସ୍ତା ନିର୍ମାଣ କରିବା ଲାଗି ବିଧାୟକ ଚୌଧୁରୀ ଯୋଜନା କରିବାରୁ ବିବାଦର ସୂତ୍ରପାତ ହୋଇଥିଲା।

ଆଶ୍ରମ ପରିସରରେ ଥିବା ଜମି ମାପ କରିବା ଲାଗି ତିନ ଦିନ ତଳେ ବିଧାୟକ ଅଳ୍ପ କେତେ ଜଣ ଲୋକଙ୍କୁ ପଠାଇଥିଲେ। ଏଥିପାଇଁ ସାଧୁ ରବୀନ୍ଦ୍ରନାଥ ବିବ୍ରତ ହୋଇପଡ଼ିଥିଲେ।

ଅଭିଯୋଗ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ବିଧାୟକ ଚୌଧୁରୀ କହିଛନ୍ତି, ଆଶ୍ରମ ପଛ ପଟେ ଥିବା ତାଙ୍କର ବ୍ୟାବସାୟିକ ଜମି ଖଣ୍ଡକ ମୁଁ ୩୦ ବର୍ଷ ତଳେ କିଣିଥିଲେ। ସେ ଜମିରେ ରିସର୍ଟ ନିର୍ମାଣ କରିବାକୁ ଯୋଜନା କରିଥିଲି। ତହସିଲ୍‌ଦାର୍‌ଙ୍କ ଅନୁମତି ନେଇ ଗୁରୁବାର ଦିନ ସରକାରୀ କର୍ମଚାରୀମାନେ ଜମି ମାପିଥିଲେ। ଘଟଣାର କିଛି ଦିନ ଆଗରୁ ସାଧୁ କୌଣସି ଆପତ୍ତି ଉଠାଇ ନ ଥିଲେ। ଆମ ମଧ୍ୟରେ କିଛି ବିବାଦ ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe