ଏକାଦଶ ଶ୍ରେଣୀର ଛାତ୍ର ଲୋକଙ୍କ ଠାରୁ ଲୁଟି ନେଇଛି ୮୦ଲକ୍ଷ ଟଙ୍କା

Advertisment

ଅଭିଯୁକ୍ତମାନେ ୨୮ ଦିନ ମଧ୍ୟରେ ଟଙ୍କା ଦ୍ୱିଗୁଣିତ କରି ଲୋକଙ୍କୁ ପ୍ରଲୋଭିତ କରୁଥିଲେ । ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ସେମାନେ ଆରମ୍ଭରେ ଦୁଇଗୁଣ ଟଙ୍କା ଦେଉଥିଲେ । ଏହି ଠକେଇ ଘଟଣାରେ ଏକଦଶ ଶ୍ରେଣୀର ଛାତ୍ରକୁ କାବୁ କରିଛି ପୁଲିସ।

ଅଭିଯୁକ୍ତମାନେ ୨୮ ଦିନ ମଧ୍ୟରେ ଟଙ୍କା ଦ୍ୱିଗୁଣିତ କରି ଲୋକଙ୍କୁ ପ୍ରଲୋଭିତ କରୁଥିଲେ । ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ସେମାନେ ଆରମ୍ଭରେ ଦୁଇଗୁଣ ଟଙ୍କା ଦେଉଥିଲେ । ଏହି ଠକେଇ ଘଟଣାରେ ଏକଦଶ ଶ୍ରେଣୀର ଛାତ୍ରକୁ କାବୁ କରିଛି ପୁଲିସ।

CGùC


ନୂଆଦିଲ୍ଲୀ: ଅଜମେରର ନସିରାବାଦରେ ଏକାଦଶ ଶ୍ରେଣୀର ଛାତ୍ରକୁ ପୁଲିସ କାବୁ କରିଛି। ପୁଲିସ ହାତରେ ଧରାପଡ଼ିଥିବା ଛାତ୍ରର ନାମ କାସିଫ ମିର୍ଜା ବୋଲି ଜଣାପଡ଼ିଛି।

ପୁଲିସର ସୂଚନାନୁସାରେ, ଅଭିଯୁକ୍ତ ଛାତ୍ର କାସିଫ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିବେଶ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇଥାଏ। କେମିତି କମ୍ ନିବେଶ କରି ଅଧିକ ଲାଭ ପାଇ ହେବ ସେ ବିଷୟରେ ଲୋକଙ୍କୁ ପ୍ରଲୋଭିତ କରିଥାଏ। ଏହାପରେ ଲୋକଙ୍କ ଠାରୁ ଟଙ୍କା ଲୁଟିଥାଏ।
 

କାସିଫକୁ ପଚରାଉଚରା ସମୟରେ  ଜଣାପଡ଼ିଛି ସେ ଏଯାବତ ଲୋକଙ୍କ ଠାରୁ ୮୦ ଲକ୍ଷ ଟଙ୍କା ଠକି ନେଇଛି। ଆଉ ତାର ବିଳାସପୂର୍ଣ୍ଣ ଜୀବନ ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ପୁଲିସ ଛାତ୍ର ନିକଟରୁ ଏକ ଟଙ୍କା ଗଣିବାଏ ମେସିନ୍, ବିଳାସପୂର୍ଣ୍ଣ କାର ଏବଂ ଲାପଟପ୍ ଜବତ କରିଛି। 

ସବ୍ ଇନ୍ସପେକ୍ଟର ମନୀଷ ଚରଣ କହିଛନ୍ତି, ‘ମାର୍ଚ୍ଚ ୨୧, ୨୦୨୪ରେ ଠକେଇର ଶିକାର ହୋଇଥିବା ଉଷା ରାଠୋଡ ଏବଂ ମାଲା ପଥରିଆ ନସିରାବାଦ ନଗର ପୁଲିସ ଷ୍ଟେସନରେ କସିଫ ମିର୍ଜା ବିରୋଧରେ ଠକେଇ ମାମଲା ରୁଜୁ କରିଥିଲେ।

କାସିଫ ୫ଟି ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିବା ବେଳେ ଅନୁସନ୍ଧାନରୁ ଜଣାପଡିଛି ଯେ ଅଭିଯୁକ୍ତ ତାର ଦୁଇଜଣ ସାଙ୍ଗଙ୍କ ସହ ଅକ୍ଟୋବର ୨୦୨୩ ରେ ଲକ୍ଷ୍ମୀ ନିବେଶ ନାମରେ ଏକ କମ୍ପାନି ଗଠନ କରିଥିଲା।

 ୪୦୦୦ ଟଙ୍କା ସହିତ ଏହି ଯୋଜନା ଆରମ୍ଭ ହୋଇଥିଲା । ଅଭିଯୁକ୍ତମାନେ ୨୮ ଦିନ ମଧ୍ୟରେ ଟଙ୍କା ଦ୍ୱିଗୁଣିତ କରି ଲୋକଙ୍କୁ ପ୍ରଲୋଭିତ କରୁଥିଲେ । ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ସେମାନେ ଆରମ୍ଭରେ ଦୁଇଗୁଣ ଟଙ୍କା ଦେଉଥିଲେ । ପରେ ଲୋକଙ୍କୁ ଠକିବା ଆରମ୍ଭ କରି ଦେଉଥିଲେ। ଏମିତି କି ଅଭିଯୁକ୍ତର ଦୂର ସମ୍ପର୍କୀୟମାନେ ମଧ୍ୟ  ଏହି ଠକାମୀର ଶିକାର ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe