ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଳୀର ଫତେହ୍ପୁର ବେରିଠାରେ ଥିବା ଏକ ମନ୍ଦିର ପରିସରେ ଜଣେ ୧୫ ବର୍ଷୀୟା ନାବାଳିକାକୁ ଜଣେ ଆତ୍ମଘୋଷିତ ସାଧୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହି ଆତ୍ମଘୋଷିତ ସାଧୁ ଜଣକ ହେଉଛନ୍ତି ନବେ ଭଗତ(୪୨)।
ଅଗଷ୍ଟ ୧୭ ତାରିଖରେ ଏହି ଅଭାବନୀୟ ଘଟଣା ଘଟିଯାଇଛି। ଅଭିଯୋଗକାରୀଙ୍କ ପୁଅ ଦେହ ଖରାପ ଥିବାରୁ ସେ ଭଲ ହେବା ଆଶାରେ ସାଧୁଙ୍କ ପାଖକୁ ଯାଇଥିଲେ। ସାଙ୍ଗରେ ତାଙ୍କ ଝିଆରୀ ମଧ୍ୟ ଥିଲେ। ସାଧୁ ଜଣକ ତାଙ୍କ ଝିଆରୀ ସହ ଅସଦାଚାରଣ କରିଥିବା ଅଭିଯୋଗ ହୋଇଛି।
ଏହି ଘଟଣା ଘଟିବା ପରେ ୧୫ ବର୍ଷୀୟା ନାବାଳିକାର ଘରଲୋକ ପୁଲିସ୍ରେ ଉକ୍ତ ସାଧୁ ନବେ ଭଗତଙ୍କ ନାମରେ ଏକ ଅଭିଯୋଗ ଆଣିଥିଲେ। ଅଭିଯୋଗକୁ ଭିତ୍ତିକରି ଦିଲ୍ଲୀ ପୁଲିସ୍ ତାଙ୍କ ବିରୋଧରେ ପ୍ରୋଟେକ୍ସନ ଅଫ୍ ଚିଲ୍ଡ୍ରେନ୍ ଫ୍ରମ ସେକ୍ସୁଆଲ୍ ଅଫେନ୍ସ(ପୋସ୍କୋ) ଆକ୍ଟ ଅନୁଯାୟୀ ଅଗଷ୍ଟ ୩୦ ତାରିଖରେ ଏକ ମାମଲା ରୁଜୁ କରିଥିଲା।
ରବିବାର ସେହି ମନ୍ଦିର ପରିସରରୁ ଭଗତଙ୍କୁ ଗିରଫ କରାଯାଇଛି। ଏହି ଘଟଣାର ତଦନ୍ତ ପୁଲିସ୍ ଆରମ୍ଭ କରିଛି।
Follow Us