ଭାଇରାଲ୍‌ ହୋଇଥିବା ଚଳନ୍ତା ଟ୍ରେନ୍‌ ସହ ବିପଜ୍ଜନକ ଭିଡିଓର ଗୁମର ଫିଟିଲା, ଜାଣନ୍ତୁ ଅସଲ ରହସ୍ୟ

Advertisment
ଭାଇରାଲ୍‌ ହୋଇଥିବା ଚଳନ୍ତା ଟ୍ରେନ୍‌ ସହ ବିପଜ୍ଜନକ ଭିଡିଓର ଗୁମର ଫିଟିଲା, ଜାଣନ୍ତୁ ଅସଲ ରହସ୍ୟ

ହାଇଦ୍ରାବାଦ୍‌: ଗତ ସପ୍ତାହରେ ଚଳନ୍ତା ଟ୍ରେନ୍‌ ସହ ଜଣେ ଯୁବକ ଲାଇଭ୍‌ ଭିଡିଓ ନେଉଥିବା ବେଳେ ଟ୍ରେନ୍‌ଟି ଯୁବକଙ୍କୁ ପଛରୁ ଆସି ପିଟି ଦେଇଥିବାରୁ ଯୁବକ ଜଣକ ଛିଡ଼ିକି ପଡ଼ିବାକୁ ଗୁରୁତର ହୋଇଥିଲେ ବୋଲି ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ହୋଇଥିଲା। ତେଲେଙ୍ଗାନାର ଶିବ ନାମକ ଯୁବକ ଏପରି ଦୁଃସାହସିକ କାର୍ଯ୍ୟ କରିବା ପରେ ଗୁରୁତର ଭାବେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ ବୋଲି ଗଣମାଧ୍ୟମ ପକ୍ଷରୁ ପ୍ରକାଶ ହୋଇଥିଲା। ଏହି ଭିଡ଼ିଓଟି ଭାଇରାଲ୍‌ ହେବା ପରେ କଥା ଉଠିଥିଲା ଯେ ଦେଶରେ ଦିନକୁ ଦିନ ସେଲ୍‌ଫି ହେତୁ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି।

ମାତ୍ର ତାହା ଏକ ଗୁଜବ ବୋଲି ଏବେ ପ୍ରକାଶ ପାଇଛି। ସେହି ଭିଡ଼ିଓଟି ଅସଲି ଭିଡିଓ ନୁହେଁ, ଏକ ପ୍ରାଙ୍କ୍‌ ବୋଲି ଜାଣିବାକୁ ମିଳିଛି। ଆଞ୍ଚଳିକ ଖବର ଚ୍ୟାନେଲ୍‌ ଏବିଏନ୍‌ ତେଲ୍‌ଗୁ ପକ୍ଷରୁ ପ୍ରକାଶ ପାଇଛି ଯେ ଏହି ଭିଡିଓଟିକୁ ଏଡିଟ୍‌ କରାଯାଇ ଏପରି କରାଯାଇଛି। ଶିବ ଏବଂ ତାଙ୍କର ବନ୍ଧୁ ମିଶି ଏପରି କରିଛନ୍ତି। ଶିବ ଏବଂ ତାଙ୍କର କେତେକ ବନ୍ଧୁ ମଜା ଉଠାଇବା ପାଇଁ ଏପରି ଭିଡିଓ କରିଛନ୍ତି ବୋଲି ଖବରରେ ପ୍ରକାଶ ପାଇଛି। ତେବେ,ଏହି ପ୍ରାଙ୍କ୍‌ ଭିଡିଓ ଭାଇରାଲ୍‌ କରାଇଥିବା ଯୁବକ ଜଣକ ହେଉଛନ୍ତି ଜଣେ ଜିମ୍‌ ପ୍ରଶିକ୍ଷକ। ଅଭିଯୁକ୍ତ ଭିଡିଓ ଭାଇରଲ୍‌ କରିବା ପରେ କେଉଁଆଡ଼େ ପଳାଇ ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe