ଗ୍ରାମବାସୀଙ୍କୁ ଚୁପ୍‌ ରହିବାକୁ ଧମକ ଦେଇଗଲେ ଉନାଓ ଅଭିଯୁକ୍ତଙ୍କ ଗୁଣ୍ଡା

ଗ୍ରାମବାସୀଙ୍କୁ ଚୁପ୍‌ ରହିବାକୁ ଧମକ ଦେଇଗଲେ ଉନାଓ ଅଭିଯୁକ୍ତଙ୍କ ଗୁଣ୍ଡା

ଉନାଓ: ଉତ୍ତରପ୍ରଦେଶର ଉନାଓ ପୀଡ଼ିତାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି ଯେ ଅଭିଯୁକ୍ତ ବିଜେପି ବିଧାୟକ କୁଲଦୀପ ସିଂହ ସେନ୍‌ଗରଙ୍କ ଗୁଣ୍ଡା ଏହି ମାମଲାରେ ଗ୍ରାମବାସୀମାନଙ୍କୁ ଚୁପ୍‌ ରହିବା ପାଇଁ ଧମକ ଦେଇଛନ୍ତି। ଗତକାଲି ରାତିରେ ଗୁଣ୍ଡାମାନେ ୨ଟି କାର୍‌ରେ ଆସି ଗ୍ରାମବାସୀମାନଙ୍କୁ ଏପରି ଧମକ ଦେଇ ଯାଇଛନ୍ତି। ପୀଡ଼ିତାଙ୍କ ଦାଦା ବୟାନ ଦେଇଛନ୍ତି ଯେ ଏପରିକି ଗ୍ରାମର ୨ ଜଣ ବ୍ୟକ୍ତି ନିଖୋଜ ଅଛନ୍ତି।

ଶୁକ୍ରବାର ଦିନ ଦୁଷ୍କର୍ମ ମାମଲାର ତଦନ୍ତ କରି ସେଣ୍ଟ୍ରାଲ୍‌ ଇନ୍‌ଭେଷ୍ଟିଗେଟିଂ ବ୍ୟୁରୋ ସେନ୍‌ଗରଙ୍କୁ ଗିରଫ କରିଛି। ପରବର୍ତ୍ତୀ ମୁହୂର୍ତ୍ତରେ ଶନିବାର ତାଙ୍କୁ ୭ ଦିନିଆ ସିବିଆଇ ହେପାଜତରେ ପଠାଯାଇଛି।

publive-image

ଏହି ମାମଲାକୁ ସମର୍ଥନ କରିଥିବା ଅଭିଯୋଗରେ ଉନାଓ ଜିଲ୍ଲା ହସ୍ପିଟାଲ୍‌ର ୨ ଜଣ କର୍ମଚାରୀ ନିଲମ୍ବିତ ହୋଇଛନ୍ତି।

ସେନଗର୍‌ଙ୍କ ବିରୋଧରେ ସିବିଆଇ ୩ଟି ମାମଲା ରୁଜୁ କରିଛି। ଉଲ୍ଲେଖଯୋଗ୍ୟ, ଗତ ଜୁନ୍‌ ମାସରେ ବିଜେପି ବିଧାୟକ ଦୁଷ୍କର୍ମ କରିଥିଲେ ବୋଲି ପୀଡ଼ିତା ନାବାଳିକା ଅଭିଯୋଗ ଆଣିବା ପରେ ଏହି ଘଟଣାର ତଦନ୍ତ ଜୋର୍‌ ଦରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe