ସରୋଗେଟ୍ ମା’ ବନିବାକୁ ଆସିଥିବା ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିବା ଉଦ୍ୟମ କରି ଗିରଫ ହେ‌ଲେ ବୃଦ୍ଧ

Advertisment
ସରୋଗେଟ୍ ମା’ ବନିବାକୁ ଆସିଥିବା ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିବା ଉଦ୍ୟମ କରି ଗିରଫ ହେ‌ଲେ ବୃଦ୍ଧ

Pratidin Time

ହାଇଦ୍ରାବାଦ୍:  ୬୪ବର୍ଷ ବୟସରେ ବାପା ହେବାକୁ ଇଚ୍ଛା କରିଥିଲେ ବୃଦ୍ଧ। ଏ ନେଇ ସେ ଜଣେ ମହିଳାଙ୍କୁ ସରୋଗେଟ୍ ମା’ କରିବା ପାଇଁ ଟଙ୍କା ଦେଇ ଚୁକ୍ତି କରିଥିଲେ । କିନ୍ତୁ  ତାଙ୍କର ମନ ପରିବର୍ତ୍ତନ ହେବା ସହ ସେ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ଉଦ୍ୟମ କରିଥିଲେ। ତାଙ୍କର ଏଭଳି ଉଦ୍ୟମ ପାଇଁ ଏବେ ତାଙ୍କୁ ପୁଲିସ ଗିରଫ କରିଛି।

ଅଭିଯୁକ୍ତର ନାଁ ସୁରପ୍ପା ରାଜୁ ବୋଲି ଜଣା ଯାଇଥିବା ବେଳେ ସେ ହାଇଦ୍ରାବାଦରେ ଏବଂ ତାଙ୍କ ପତ୍ନୀ ସୋମାଜିଗୁଡ଼ାରେ ରହୁଥିବା ଜଣାପଡ଼ିଛି। ପୁଲିସ ଅଭିଯୁକ୍ତକୁ ଗୁରୁବାର ଗିରଫ କରିଥିବା ବେଳେ ତାଙ୍କ ଉପରେ ଯୌନ ନିର୍ଯାତନା ଓ ଅସଦାଚରଣର ଆରୋପ ଲଗାଯାଇଛି। ପୁଲିସର କହିବା ମୁତାବକ, ବିବାହ ପରେ ରାଜୁର ୩ଟି ସନ୍ତାନ ଥିବା ସହ ସମସ୍ତଙ୍କର ବିବାହ ଶେଷ ହୋଇ ସାରିଛି।

publive-image YouTube

ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ଗତ ବର୍ଷ ଡିସେମ୍ବରରେ ଏକ ଏଜେଣ୍ଟ ଜରିଆରେ ସେ ଅଭିଯୁକ୍ତ ରାଜୁ ସହ ଦେଖା ହୋଇଥିଲେ। ଆର୍ଥିକ ସମସ୍ୟା ଥିବାରୁ ବାଧ୍ୟ ହୋଇ ‌ପୀଡ଼ିତା ସରୋଗେଟ୍ ମା’ ହେବାକୁ ରାଜି ହୋଇଥିଲେ। ପ୍ରଥମେ ୪.୫ଲକ୍ଷ ଟଙ୍କା ଦେବାକୁ କହିବା ସହ ୯ମାସ ପର୍ଯ୍ୟନ୍ତ ମାସକୁ ୧୦,୦୦୦ଟଙ୍କା ଦେବି ବୋଲି କହିଥିଲେ ଅଭିଯୁକ୍ତ। କିନ୍ତୁ କିଛି ଦିନ ପରେ ରାଜୁ ସରୋଗେଟ୍ ମା’ ନ ହୋଇ ତାଙ୍କ ସହ ଶାରୀରିକ ସଂପର୍କ ରଖି ମା’ ହୁଅ ବୋଲି ପୀଡ଼ିତାଙ୍କୁ ବାଧ୍ୟ କରିଥିଲେ।

ଫେବୃଆରୀ ୧୭ରେ ରାଜୁ ପୀଡ଼ିତାଙ୍କୁ ମନ୍ଦିର ନେଇ ଯିବା ସହ ସେଠାରେ ଅଧିକ ୫୦,୦୦୦ଟଙ୍କା ଦେବା କଥା କହି ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ। ଏଭଳି ଘଟିବା ପରେ ପ୍ରଥମେ ପୀଡ଼ିତା ଡ଼ରରେ ରାଜି ହୋଇଥିଲେ ମଧ୍ୟ ପରେ ନିଜ ସ୍ବାମୀଙ୍କୁ ଜଣାଇ ପୁଲିସରେ ଅଭ‌ିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe