ସିନିୟର ଡାକ୍ତର ଜୁନିୟରଙ୍କୁ ଦଣ୍ଡ ଦେଇ ହସ୍ପିଟା‌ଲରେ ଦୌଡ଼ିବାକୁ କହିଥିବା ଭିଡିଓ ଭାଇରାଲ

Advertisment
ସିନିୟର ଡାକ୍ତର ଜୁନିୟରଙ୍କୁ ଦଣ୍ଡ ଦେଇ ହସ୍ପିଟା‌ଲରେ ଦୌଡ଼ିବାକୁ କହିଥିବା ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସୁରଟର ଏକ ସରକାରୀ ହସ୍ପିଟାଲରୁ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି ହସ୍ପିଟାଲର ଅସ୍ଥିରୋଗ ବିଭାଗର ସିନିୟର ଡାକ୍ତର ଜୁନିୟର ଡାକ୍ତରଙ୍କୁ ଦଣ୍ଡ ଦେଇଥିବା‌ ଅଭିଯୋଗ ହୋଇଛି। ସିନିୟର ଡାକ୍ତରଙ୍କ କଥା ଅନୁସାରେ ଜୁନିୟର ଡାକ୍ତର ଦୌଡ଼ୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଘଟଣାର ଯାଞ୍ଚ ଆଦେଶ ଦିଆଯାଇଛି।

ସୁରଟ ମହାନଗର ପାଲିକାଙ୍କ ଦ୍ବାରା ପରିଚାଳିତ ହସ୍ପିଟାଲରୁ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ସିନିୟର ଡାକ୍ତର ବେଞ୍ଚରେ ବସିଛନ୍ତି। ଏହି ସମୟରେ ଜୁନିୟର ଡାକ୍ତର ତାଙ୍କ ସାମ୍ନାରେ ଛିଡ଼ା ହୋଇଛନ୍ତି। ସିନିୟର ଡାକ୍ତର ଓ ଜୁନିୟର ଡାକ୍ତରଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଯାଇଥିଲା। ଏହାପରେ ସିନିୟର ଡାକ୍ତର ଜୁନିୟର ଡାକ୍ତରଙ୍କୁ ହସ୍ପିଟାଲରେ ଦୌଡ଼ିବାକୁ କହିଥିଲେ। ଆଉ ସିନିୟରଙ୍କ କଥା ରକ୍ଷା କରି ଜୁନିୟର ଜଣକ ସେମିତି ହିଁ କରିଥିଲେ।

ଏହି ଘଟଣାର ଯାଞ୍ଚ ପାଇଁ ୫ସଦସ୍ୟ ଥିବା ଏକ ଟିମ ଗଠନ କରାଯାଇଛି। ପୂରା ଘଟଣାର ଯାଞ୍ଚ ଆରମ୍ଭ କରିଦିଆଯାଇଛି ବୋଲି ମେଡିକାଲ କଲେଜର ଡିନ ଡାକ୍ତର ଦୀପକ ହୋବାଲେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe