ଗୃହ ସହାୟିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ପୀଡ଼ିତା ପ୍ରତିରୋଧ କରିବାରୁ ନିଆଁ ଲଗାଇଦେଲେ ମାଲିକ

Advertisment
ଖଟରେ ନିଆଁ ଲାଗି ମହିଳା ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ୍‌: ତେଲେଙ୍ଗାନାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ତାଙ୍କ ନିଯୁକ୍ତିଦାତା ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କୁ ଚାକିରି ପ୍ରଦାନ କରିଥିବା ବ୍ୟକ୍ତି ଜଣକ ତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କଲାବେଳେ ନାବାଳିକା ଜଣକ ଉକ୍ତ ବ୍ୟକ୍ତିକୁ ପ୍ରତିରୋଧ କରିବାରୁ ସେ ରାଗରେ ଆସି ଏପରି କରିଥିବା ଜାଣିବାକୁ ମିଳିଛି। ଏହାପରେ ପୀଡ଼ିତା ନାବାଳିକାଙ୍କର ମୃତ୍ୟୁ ଘଟିଛି। ଘଟଣା ଘଟିବା ସଙ୍ଗେ ସଙ୍ଗେ ପୀଡ଼ିତାଙ୍କ ଜୀବନ ଯାଇନଥିଲା। ସେ ଗୁରୁତର ଆହତ ହୋଇ ପ୍ରାୟ ୧ ମାସ ଏକ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି।

ପୁଲିସ୍‌ର ସୂଚନାନୁସାରେ, ତେଲେଙ୍ଗାନାର ଖମ୍ମାମ ସହରରେ ଅଭିଯୁକ୍ତଙ୍କ ଘରେ ୧୩ ବର୍ଷର ଆଦିବାସୀ ଝିଅ ଗୃହ ସହାୟିକା ଭାବେ ନିୟୋଜିତ ହୋଇଥିଲେ। ସେପ୍ଟେମ୍ବର ୧୮ରେ, ଅଭିଯୁକ୍ତ ଶିଶୁଟିକୁ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ ​​ଏବଂ ଯେତେବେଳେ ନାବାଳିକା ପୀଡ଼ିତା ଏହାକୁ ବିରୋଧ କରିଥିଲେ, ​​ସେତେବେଳେ ରାଗରେ ଆସି ଅଭିଯୁକ୍ତ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଫଳସ୍ୱରୂପ ପୀଡ଼ିତାଜଣକ ୭୦ ପ୍ରତିଶତ ଜଳି ଯାଇଥିଲେ।

ନାବାଳିକା ଜଣକ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ହିଁ ତେଲେଙ୍ଗାନା ପୁଲିସ୍ ଏ ସଂପର୍କରେ ଖବର ପାଇଥିଲା। ତା’ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା। ଖମ୍ମାମ ପୁଲିସ କମିସନର ତାଫସିର ଇକବାଲ ନ୍ୟୁଜ ଏଜେନ୍ସି ପିଟିଆଇକୁ ସୂଚନା ଦେଇ କହିଛନ୍ତି ଯେ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଗୁରୁବାର ରାତିରେ ପୀଡ଼ିତାଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe