ପୁଣି ଜଣେ ନାବାଳିକା ହେଲେ ଗଣଦୁଷ୍କର୍ମର ଶିକାର, ଅଭିଯୁକ୍ତଙ୍କ ସହ ସାମିଲ୍‌ ଥିଲେ ଜଣେ ମହିଳା

Advertisment
ବ୍ରହ୍ମପୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୩ ନାବାଳକ ଅଟକ

The Logical Indian

ମୁମ୍ବାଇ: ମହାରାଷ୍ଟ୍ରର ନାସିକ୍‌ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ପୁଲିସ୍‌ ଜଣେ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି। ଜାନୁଆରି ୯ ତାରିଖରେ ଘଟିଥିବା ଏହି ଗଣଦୁଷ୍କର୍ମରେ ଜଣେ ନାବାଳକକୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ରହିଛି।

ଶନିବାର ରାତିରେ ପୀଡ଼ିତା ନାବାଳିକାଙ୍କ ବାପମାଆ ଯେତେବେଳେ ବାହାରୁ କାମ ସାରି  ଘରକୁ ଫେରିଲେ ସେତେବେଳେ ସେମାନେ ସେମାନଙ୍କ ଝିଅକୁ ଘରେ ଦେଖିବାକୁ ପାଇଲେ ନାହିଁ। ସେମାନେ ବହୁତ ଖୋଜାଖୋଜି କରିବା ପରେ ନାବାଳିକା ଜଣକ ନାସିକ ରୋଡ ପୁଲିସ୍‌ ଷ୍ଟେସନ୍‌ ନିକଟସ୍ଥ ଏକ ଘର ଛାତ ଉପରେ ବସି କାନ୍ଦୁଥିବାର ଦେଖିବାକୁ ପାଇଥିଲେ। ଯେତେବେଳେ ନାବାଳିକା ଜଣକ କାହିଁକି କାନ୍ଦୁଛନ୍ତି ବୋଲି ତାଙ୍କ ବାପାମାଆ ପଚାରିଲେ ସେତେବେଳେ ନାବାଳିକା ଜଣକ ତାଙ୍କ ସହ ଘଟିଥିବା ସମସ୍ତ ଘଟଣାକୁ ବର୍ଣ୍ଣନା କରିଥିଲେ। ନାବାଳିକାଙ୍କ ବୟାନ ଆଧାରରେ ବାପାମାଆ ପୁଲିସ୍‌ରେ ଅଭିଯୋଗ ଆଣିଥିଲେ।

ଘଟଣାର ତଦନ୍ତ କରି ପୁଲିସ୍‌ ୧୯ରୁ ୨୯ ବର୍ଷ ବୟସ ମଧ୍ୟରେ ୫ ଜଣଙ୍କୁ ଧରିଥିବା ବେଳେ ଜଣେ ନାବାଳିକାକୁ ମଧ୍ୟ ଧରିଥିବା ସୂଚନା ରହିଛି। ପୁଲିସ୍‌ ଜଣେ ମହିଳାଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରିଛି ବୋଲି ସୂଚନା ରହିଛି। ମହିଳା ଜଣକ ଅଭିଯୁକ୍ତମାନଙ୍କୁ ଏହି ଘଟଣାରେ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା‌ ନାବାଳିକାଙ୍କର ଏବେ ହସ୍ପିଟାଲ୍‌ରେ ଚିକିତ୍ସା ଚାଲିଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe