ମହିଳାଙ୍କୁ ସାହାଯ୍ୟ କରିବା ବାହାନାରେ ବୃଦ୍ଧ ଚଲାଉ ଥିଲେ ସେକ୍ସ ରାକେଟ: ଧରାପଡ଼ିବା ପରେ ୧୨କୋଟି ଟଙ୍କା ଜରିମାନା ସହିତ ହେଲା ୧୨୦ ବର୍ଷ ଜେଲ

Advertisment
ମହିଳାଙ୍କୁ ସାହାଯ୍ୟ କରିବା ବାହାନାରେ ବୃଦ୍ଧ ଚଲାଉ ଥିଲେ ସେକ୍ସ ରାକେଟ: ଧରାପଡ଼ିବା ପରେ ୧୨କୋଟି ଟଙ୍କା ଜରିମାନା ସହିତ ହେଲା ୧୨୦ ବର୍ଷ ଜେଲ

ନ୍ୟୁୟର୍କ: ଆମେରିକାର ଜଣେ ବୃଦ୍ଧ ମହିଳାଙ୍କୁ ନିଜ ଅଧୀନକୁ ଆଣି ସେକ୍ସ ରାକେଟ ଚଲାଉଥିଲା ଅପରାଧରେ ଗିରଫ ହୋଇଛନ୍ତି। ଗିରଫ ପରେ ଆମେରିକାର ନ୍ୟୁୟର୍କ କୋର୍ଟ ଉକ୍ତ ବୃଦ୍ଧ ଅଭିଯୁକ୍ତଙ୍କୁ ୧୨୦ କୋଟି ଟଙ୍କାର ଜରିମାନା କରିବା ସହିତ ୧୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ଉକ୍ତ ଅଭିଯୁକ୍ତଙ୍କ ଦଣ୍ଡାଦେଶ ଚର୍ଚ୍ଚାର ବିଷୟ ପାଲଟିଛି। ଉକ୍ତ ଅଭିଯୁକ୍ତଙ୍କ ନାମ କିଥ୍ ରେନିର ଓ ବୟସ ୬୦ବର୍ଷ ବୋଲି ଜଣାପଡ଼ିଛି।

Sex cult leader Keith Raniere sentenced to 120 years in prison | Metro News Metro

କିଟ୍ ରେନର୍ NXIVM ନାମକ ଏକ ସଂସ୍ଥା ପରିଚାଳନା କରୁଥିଲେ। ଏହି କମ୍ପାନିର ୧୫ଜଣ ପୂର୍ବତନ ସଦସ୍ୟ କୋର୍ଟରେ ନିଜର ବୟାନ ଦେଇଥିଲେ। ଜଣେ ମହିଳା କୋର୍ଟରେ ନିଜର ବୟାନ ଦେଇ କହିଥିଲେ , ସେ ‌ଯେତେବେଳେ ୧୨ବର୍ଷର ହୋଇଥିଲେ କିଥ ୪୫ବର୍ଷର ଥିଲେ। ତାଙ୍କ ସହିତ କିଥ ୧୨ବର୍ଷ ଧରି ଶାରୀରିକ ସମ୍ପର୍କ ରଖିଥିଲେ। କେବଳ ଏତିକି ନୁହେଁ ସେକ୍ସ ରାକେଟରେ ଫସି ଯାଇଥିବା ମହିଳାମାନଙ୍କୁ ସେ ଭୋକରେ ରଖୁଥିବା ବି ଜଣାପଡ଼ିଛି। ଏଥିସହିତ ମହିଳାଙ୍କ ଶରୀରରେ ନିଜ ନାମକୁ କିଥ ଜୋରଜବରଦସ୍ତି ଖୋଦେଇ କରିଥାଆନ୍ତି। NXIVM ଗ୍ରୁପକୁ ଯେଉଁମାନେ ଛାଡ଼ିବାକୁ ଚାହୁଁଥିଲେ ସେମାନଙ୍କୁ କିଥ୍ ନିର୍ଯାତନା ଦେବା ଆରମ୍ଭ କରି ଦେଉଥିବା ବି ଅଭିଯୋଗ ହୋଇଛି।

US sex cult founder Keith Raniere sentenced to 120 years in prison

କିଥ୍ ରେନିର ପ୍ରାୟତଃ ଆମେରିକାର ଧନୀକ ଶ୍ରେଣୀର ମହିଳାମାନଙ୍କୁ ନିଜ ଜାଲରେ ଫସାଇବାକୁ ଚେଷ୍ଟା କରିଥାଆନ୍ତି। ଯେଉଁମାନେ କି ତାଙ୍କ ଜୀନବରେ ଖୁସି ନଥାଆନ୍ତି। ସେ ଏଭଳି ମହିଳାମାନଙ୍କ ଅସୁବିଧାର ସମାଧାନ କରିବା ସହିତ ତାଙ୍କୁ ‌ଖୁସି ଦେବେ ବୋଲି ପ୍ରତିଶ୍ରୁତି ଦେଇ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଥି‌ଲେ। ରେନିର  ସେକ୍ସ ରାକେଟ୍, ଯୌନ ନିର୍ଯାତନା, ଚୋରୀ, ଅପରାଧିକ ଷଡଯନ୍ତ୍ର ଆଦି ମାମଲାରେ ନ୍ୟୁୟର୍କ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe