ସ୍କୁଲ ପରିସରରେ ଶିକ୍ଷକ ଓ ଅଙ୍ଗନବାଡି କର୍ମୀଙ୍କୁ ଅନ୍ତରଙ୍ଗ ମୁହୂର୍ତ୍ତରେ ଧରିଲେ ଗ୍ରାମବାସୀ

Advertisment
ସ୍କୁଲ ପରିସରରେ ଶିକ୍ଷକ ଓ ଅଙ୍ଗନବାଡି କର୍ମୀଙ୍କୁ ଅନ୍ତରଙ୍ଗ ମୁହୂର୍ତ୍ତରେ ଧରିଲେ ଗ୍ରାମବାସୀ

ନାମକ୍କଲ: ତାମିଲନାଡୁର ଏକ ସରକାରୀ ସ୍କୁଲର ଜଣେ ଶିକ୍ଷକ ଓ ଅଙ୍ଗନବାଡି କର୍ମୀଙ୍କୁ ଅନ୍ତରଙ୍ଗ ଅବସ୍ଥାରେ ଦେଖିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ପୁଦନସଂଦାଇ ପୁଲିସ ଘଟଣାର ଯାଞ୍ଚ କରୁଛି। ଅଭିଯୁକ୍ତ ଶିକ୍ଷକଙ୍କ ବୟସ ୩୮ବର୍ଷ ଓ ତାଙ୍କ ନାମ ବି ସର୍ବନନ ବୋଲି ଜଣାପଡ଼ିଛି।

publive-image
ଜଣେ ପୁଲିସ ଅଧିକାରୀଙ୍କ କହିବାନୁସାରେ, ଏସ୍‌ ଉଡ୍ଡୁପ୍ପମ ପଞ୍ଚାୟତର ସରକାରୀ ସ୍କୁଲରେ ଶିକ୍ଷକ ଥିବା ସର୍ବନନ ଜଣେ ଅଙ୍ଗନବାଡି କର୍ମୀଙ୍କ ସହିତ ପ୍ରେମ ସଂପର୍କରେ ଥିଲେ। ମଙ୍ଗଳବାର ସ୍କୁଲ ବନ୍ଦ ହେବା ପରେ ଦୁହେଁ ସ୍କୁଲରେ ହିଁ ଅଟକି ଯାଇଥିଲେ। ଏହି କଥା କୌଣସି ସୂତ୍ରରୁ ଜାଣିବା ପରେ ଗ୍ରାମବାସୀମାନେ ଏକାଠି ହୋଇ  ସ୍କୁଲରେ ପହଞ୍ଚିଥିଲେ । ସ୍କୁଲ ଘରୁ ଶିକ୍ଷକ ଓ ଅଙ୍ଗବାଡିକର୍ମୀଙ୍କୁ ଅନ୍ତରଙ୍ଗ ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ। ଏହାପରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଶିକ୍ଷକଙ୍କୁ  ଧରି ନିସ୍ତୁକମାଡ ମାରିଥିଲେ ଲୋକେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ସର୍ବନନକୁ ଉଦ୍ଧାର କରି ବିଚାରବିଭାଗୀୟ ହେପାଜତକୁ ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe