ଶୋଇବା ସମୟରେ ଦମ୍ପତ୍ତିଙ୍କୁ ହତ୍ୟା କରି ମୃତ ମହିଳାଙ୍କ ସହ ଓ ପରେ ତାଙ୍କ ୧୦ବର୍ଷୀୟା ଝିଅ ସହ ଦୁଷ୍କର୍ମ କଲା ଯୌନ ପାଗଳ

Advertisment
ଶୋଇବା ସମୟରେ ଦମ୍ପତ୍ତିଙ୍କୁ ହତ୍ୟା କରି ମୃତ ମହିଳାଙ୍କ ସହ ଓ ପରେ ତାଙ୍କ ୧୦ବର୍ଷୀୟା ଝିଅ ସହ ଦୁଷ୍କର୍ମ କଲା ଯୌନ ପାଗଳ

NDTV.com

ଆଜମଗଡ: ଉତ୍ତରପ୍ରଦେଶର ଆଜମଗଡରୁ ଏକ ଯୌନ ପାଗଳକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତଜଣକ ଯେଉଁଭଳି ଭାବରେ ଦମ୍ପତ୍ତିଙ୍କୁ ହତ୍ୟା କରିବା ପରେ ମହିିଳାଙ୍କ ମୃତଦେହ ସହ ଦୁଷ୍କର୍ମ କରିଥିଲା, ତାହା ଜାଣିବା ପରେ ଏବେ ସମସ୍ତଙ୍କ ଲୋକ ଟାଙ୍କୁରି ଉଠିଛି। ସପ୍ତାହକ ତଳେ ମୁବାରକପୁରରେ ଏଭଳି ଘଟଣା ଘଟିଥିବା ବେଳେ ଏବେ ପୁଲିସ ଅଭିଯୁକ୍ତ ନଶିରୁଦ୍ଦିନକୁ ଗିରଫ କରିଛି। ଗିରଫ ପରେ ଅଭିଯୁକ୍ତ ନିଜର ଦୋଷ ମାନିଥିବା ବେଳେ ସେ ହରିୟାଣା, ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ମଧ୍ୟ ସମାନ ଅପରାଧ କରି ସାରିଥିବା ଜାଣିବାକୁ ପାଇଛି ପୁଲିସ।

Related image indiatvnews.com

ପୁଲିସ ଦେଇଥିବା ସୂଚନା ମୁତାବକ, ଅଭିଯୁକ୍ତ ପୀଡ଼ିତଙ୍କ ଘରକୁ ପ୍ରବେଶ କରିବା ପରେ ପ୍ରଥମେ ମହିଳା, ତାଙ୍କ ସ୍ବାମୀ ଓ ତାଙ୍କ ୪ମାସର ଶିଶୁକୁ ହତ୍ୟା କରିଥିଲା।ଏହା ପରେ ଅଭିଯୁକ୍ତ ମୃତ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲା। ୩ଘଣ୍ଟା ଧରି ଦୁଷ୍କର୍ମ କରିବା ସହ ଭିଡିଓ ଉତ୍ତୋଳନ କରିଥିଲା। ଫେରିବା ସମୟରେ ମହିଳାଙ୍କ ୧୦ବର୍ଷର ଝିଅକୁ ଦେଖି ତା’ ସହ ମଧ୍ୟ ଅଭିଯୁକ୍ତ ଦୁଷ୍କର୍ମ କରିଥିଲା ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଅପରାଧ କରିବା ପୂର୍ବରୁ ଡ୍ରଗ୍ସ ନେବା ସହ କଣ୍ଡୋମର ବ୍ୟବହାର କରୁଥିବା କହିଛି ପୁଲିସ। ଏହା ସହ ନିଜ ଶିକାରକୁ ହତ୍ୟା କରିବା ପାଇଁ ଛୁରୀ ବା ପଥର ବ୍ୟବହାର କରେ ବୋଲି ପୁଲିସ ଆଗରେ କହିଛି ଅଭିଯୁକ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe