Photo by : India Foundation
ଭୁବନେଶ୍ୱର : ସାନ ଭଉଣୀକୁ ଚାକିରି କରାଇ ଦେବାକୁ କହି ଜଣେ ଯୁବକ ବଡ଼ ଭଉଣୀକୁ ନିଜ ଘରକୁ ଡାକିନେଇ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।
ଅଭିଯୋଗ ମୁତାବକ ଯୁବତୀ ଜଣକ ଗତ କିଛି ଦିନ ହେବ ନୂଆପଲ୍ଲୀ ଅଞ୍ଚଳରେ ଜଣଙ୍କ ଘରେ ରହି କାମ କରୁଥିଲେ। ସେହି ମାଲିକଙ୍କ ଘରେ ଆଉ ଜଣେ ଯୁବକ ମଧ୍ୟ କାମ କରୁଥିଲେ। ଯୁବତୀଙ୍କ ବାପା ନଥିବାରୁ ଓ ପରିବାର ଚଳାଇବା ପାଇଁ କଷ୍ଟ ହେଉଥିବାରୁ ସେ ତାଙ୍କ ସାନ ଭଉଣୀ ପାଇଁ ଏକ ଚାକିରି ଖୋଜିଦେବା ପାଇଁ ଯୁବକଙ୍କୁ ଅନୁରୋଧ କରିଥିଲେ। ମନ୍ଦ ଉଦ୍ଦେଶ୍ୟ ରଖିଥିବା ଯୁବକ ଚାକିରି କରାଇ ଦେବା ନାଁରେ ଯୁବତୀଙ୍କୁ ତା ଘରକୁ ଡାକି ତାଙ୍କଠାରୁ ସାତ ହଜାର ଟଙ୍କା ନେବା ସହ ତାଙ୍କୁ ଟଣାଓଟରା କରିଥିଲା। ତେବେ ଯୁବତୀ ଜଣକ ଜୋରରେ ଚିତ୍କାର କରିବା ସହ ଯୁବକଙ୍କୁ ଏକ ଧକ୍କା ଦେଇ ଖସି ଆସିଥିଲେ। ଯୁବତୀ ଜଣକ ଏ ସଂପର୍କରେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଏନେଇ ପରିବାର ଲୋକ ଆଜି ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି।
Follow Us