ଖାଦ୍ୟରେ ନିଶା ଦେଇ ନାବାଳିକାଙ୍କୁ ଦୁଷ୍କର୍ମ

ଖାଦ୍ୟରେ ନିଶା ଦେଇ ନାବାଳିକାଙ୍କୁ ଦୁଷ୍କର୍ମ

Photo by : s3.india.com

ଚନ୍ଦ୍ରଶେଖରପୁର : ଜଣେ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ବଙ୍ଗୀୟ ଯୁବକକୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଗିରଫକରି କୋର୍ଟ ଚାଲାଣ କରିଛି। ଏହା ସହିତ ନାବାଳିକା ଜଣଙ୍କୁ ଉଦ୍ଧାର କରି ଡାକ୍ତରୀ ପରୀକ୍ଷା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ପଠାଇଛି। ସୂଚନାଅନୁଯାୟୀ ଗତକାଲି ଅଭିଯୁକ୍ତ ଏସ୍‌.କେ ତାହିର ଅଲ୍ଲୀ(୨୫) ନୀଳାଦ୍ରିବିହାର ଅଞ୍ଚଳରେ ଥିବା ଏକ ବସ୍ତିରୁ ନାବାଳିକା ଜଣଙ୍କୁ ଅପହରଣକରି ନିକଟରେ ରହୁଥିବା ନିଜ ଘରକୁ ନେଇଆସିଥିଲା। ଅଭିଯୁକ୍ତ ଜଣକ ତା’ର ଝୁମ୍ପୁଡ଼ି ଘରେ ନାବାଳିକା ଜଣଙ୍କୁ କିଛି ଖାଦ୍ୟ ଦେଇଥିଲା। ମାତ୍ର ଖାଦ୍ୟରେ ନିଶା ମିଶାଇଥିବାରୁ ନାବାଳିକା ଜଣଙ୍କ ବେହୋସ ହୋଇଯାଇଥିଲେ। ପରେ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲା।

ଏହାମଧ୍ୟରେ ପୀଡ଼ିତାଙ୍କର ହୋସ୍‌ ଆସିବାରୁ ସାହାଯ୍ୟ ନିମନ୍ତେ ଚିତ୍କାର କରିଥିଲେ। ପାଖ ଘର ଲୋକ ପୀଡ଼ିତାଙ୍କ ଚିତ୍କାର ଶୁଣି ଘଟଣାସ୍ଥଳକୁ ଆସି ସମସ୍ତ ବିଷୟ ଜାଣିବାକୁ ପାଇଥିଲେ। ଏନେଇ ଝିଅଟିର ପରିବାର ଲୋକ ସୂଚନା ପାଇ ଅଭିଯୁକ୍ତ ବିରୋଧରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତକରି ଅଭିଯୁକ୍ତ ବଙ୍ଗୀୟ ଯୁବକକୁ ଗିରଫ କରିଛି। ପୁଲିସ୍‌ ଜେରାବେଳେ ଅଭିଯୁକ୍ତ ଅଲ୍ଲୀ ସବୁକିଛି ସତ ମାନିଥିଲା। ଅଭିଯୁକ୍ତ ଖଡ଼ଗପୁର ପଶ୍ଚିମବଙ୍ଗର ବାସିନ୍ଦା ହୋଇଥିବା ବେଳେ ନୀଳାଦ୍ରିବହାର ଅଞ୍ଚଳରେ ଥିବା ଏକ ବସ୍ତିରେ ରହି ରଙ୍ଗ କାମ କରୁଥିଲା। ଅଭିଯୁକ୍ତକୁ ପୋକ୍‌ସୋ ଆକ୍ଟ ଆଧାରରେ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe