ସଂସା ବାବାଙ୍କ ଶିଷ୍ୟ ନାଁରେ ଦୁଷ୍କର୍ମ ଅଭିଯୋଗ

Advertisment
ସଂସା ବାବାଙ୍କ ଶିଷ୍ୟ ନାଁରେ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର : ଘରର ସୁଖ ଶାନ୍ତି ଫେରାଇ ଆଣିବା ପାଇଁ ଯାଇଥିଲେ ବାବାଙ୍କ ଶରଣକୁ। କିନ୍ତୁ ସବୁ ଓଲଟପଲଟ ହୋଇଗଲା। ନିଜର ସର୍ବସ୍ୱ ଲୁଟି ହୋଇଯାଇଛି ବୋଲି ଅଭିଯୋଗ କରିଛନ୍ତି ମହିଳାଜଣକ। ଏନେଇ ସେ ଆଜି ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ, ଗତ ୨୭ ତାରିଖ ଦିନ ଜଣେ ମହିଳା ଯାଜପୁରସ୍ଥିତ ସଂସା ବାବାଙ୍କ ଆଶ୍ରମକୁ ନିଜର କିଛି ଦୁଃଖ ଜଣାଇବାକୁ ଯାଇଥିଲେ। ଏହି ସମୟରେ ବାବା ଆଶ୍ରମରେ ନଥିବାରୁ ତାଙ୍କର ଦେଖା ହୋଇପାରିନଥିଲା। ତେବେ ଆଶ୍ରମରେ ଥିବା ଏକ ଦମ୍ପତିଙ୍କ ନିଜକୁ ବାବାଙ୍କ ଶିଷ୍ୟ ବୋଲି ପରିଚୟ ଦେଇ ତାଙ୍କୁ ସେହି ରାତିରେ ଆଶ୍ରମରେ ରହିବାକୁ ବାଧ୍ୟ କରିଥିଲେ। ସେ ରାତିରେ ଆଶ୍ରମରେ ଶୋଇଥିଲା ସମୟରେ ଦମ୍ପତି ତାଙ୍କଠାରୁ ତାଙ୍କ ସୁନା ଜିନିଷ ଛଡ଼ାଇ ନେଇଥିଲେ। ସେ ଏହାକୁ ବିରୋଧ କରିବାରୁ ମହିଳାଙ୍କ ସ୍ୱାମୀ ତାଙ୍କ ସହ ଦୁଷ୍କର୍ମ କରି ମହିଳାଙ୍କୁ ଭୁବନେଶ୍ୱରରେ ଛାଡ଼ି ଘଟଣା ସମ୍ବନ୍ଧରେ କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ବୋଲି ମହିଳାଜଣକ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe