ଘରେ ପଶି ମହିଳାଙ୍କୁ ଅସଦାଚରଣ

Advertisment
ଘରେ ପଶି ମହିଳାଙ୍କୁ ଅସଦାଚରଣ

ଭୁବନେଶ୍ୱର : ଏକ ସାମଗ୍ରୀର ଡେମୋ ଦେଖାଇବାକୁ ଯାଇ ଜଣେ ଯୁବକ ମହିଳାଙ୍କୁ ଅସଦାଚରଣ କରିଛନ୍ତି। ଏନେଇ ମହିଳା ଜଣକ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲଣ କରିଛି। ମିଳିଥିବା ସୂଚନାନୁଯାୟୀ ଆଦିତ୍ୟ ରଥ ନାମକ ଜଣେ ଯୁବକ ଏକ ସାମଗ୍ରୀର ଡେମୋ ଦେଖାଇବା ପାଇଁ କଳାରାହାଙ୍ଗ ମହାନ୍ତି ଗଳିେରେ ରହୁଥିବା ପ୍ରଭାସିନୀ ମହାରଣାଙ୍କ ଘରକୁ ଯାଇଥିଲେ। ସେହି ସମୟରେ ତାଙ୍କ ଘରେ କେହି ନଥିଲେ। ଏହାର ସୁଯୋଗ ନେଇ ଆଦିତ୍ୟ ତାଙ୍କୁ ଅସଦାଚରଣ କରିଥିଲେ। ପ୍ରଭାସିନୀ ଏହାକୁ ବିରୋଧ କରି ଚିତ୍କାର କରିବାରୁ ଆଦିତ୍ୟ ଖସି ପଳେଇଥିଲେ। ଏନେଇ ପ୍ରଭାସିନୀ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe