ନାବାଳିକାକୁ ଅସଦାଚରଣ ଉଦ୍ୟମ ଅଭିଯୋଗ

ନାବାଳିକାକୁ ଅସଦାଚରଣ ଉଦ୍ୟମ ଅଭିଯୋଗ

ପୁରୁଣା ଭୁବନେଶ୍ୱର : ଏୟାରଫିଲ୍‌ଡ ଥାନା ଅଧୀନ କେଉଟସାହି ନିକଟରେ ଜଣେ ୯ବର୍ଷର ନାବାଳିକାକୁ ଅସଦାଚରଣ ଉଦ୍ୟମ ହୋଇଛି। ଏ ନେଇ ନାବାଳିକାଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି। ନାବାଳିକାକୁ ଚକଲେଟ୍‌ ଦେବା ବାହାନାରେ ଘରକୁ ଡାକି ଏପରି କରିଥିବା ଅଭିଯୋଗରେ ଦର୍ଶାଯାଇଛି। ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ଚଳାଇଛି।

ନାବାଳିକାର ପରିବାର କହିବା ଅନୁଯାୟୀ ସେମାନେ ସ୍ଥାନୀୟ କବିରାଜ ପଣ୍ଡାଙ୍କ ଘରେ ଭଡ଼ାରେ ରହନ୍ତି। ତେବେ କିଛି ଦିନ ହେଲା ଶ୍ରୀ ପଣ୍ଡାଙ୍କ ପରିବାର ସହ ଝଗଡ଼ା ଲାଗି ରହିଥିବାବେଳେ ଗତକାଲି ସେମାନେ ତାଙ୍କର ୯ବର୍ଷର ଝିଅକୁ ଡାକି ଏପରି ଉଦ୍ୟମ କରିଛନ୍ତି। ତେବେ ଏ ନେଇ ଶ୍ରୀ ପଣ୍ଡା କହନ୍ତି ଏହା ସମ୍ପୂର୍ଣ୍ଣ ମିଥ୍ୟା। ଘର ଭଡ଼ା ରହିବା ନେଇ ଏହି ପରିବାର ସହ ତାଙ୍କର ଝଗଡ଼ା ହୋଇଥିଲା। ତେଣୁ ତାଙ୍କ ଉପରେ ରାଗ ରଖି ଥାନାରେ ଏଭଳି ମିଥ୍ୟା ଅଭିଯୋଗ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe