ପ୍ରେମିକଙ୍କୁ ଭୁଲି ପାରିଲେ ନାହିଁ ମହିଳା; ବିବାହର ୧୫ବର୍ଷ ପରେ ସ୍ତ୍ରୀଙ୍କ ବିବାହ କରାଇଲେ ସ୍ବାମୀ

Advertisment
New Project (24)

ଲକ୍ଷ୍ମୌ: ଉତ୍ତରପ୍ରଦେଶ ଶାହଜାହାନପୁରର ନିଗୋହି ଅଞ୍ଚଳର ରାମନଗର ଗାଁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୧୫ ବର୍ଷ ଧରି ବୈବାହିକ ସମ୍ପର୍କରେ ଥିବା ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକଙ୍କଠାରୁ ଅଲଗା କରିପାରିଲେ ନାହିଁ । ଶେଷରେ ସେ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକ ସହିତ ବିବାହ କରାଇ ଦେଇଛନ୍ତି।

ସୂଚନାଯୋଗ୍ୟ, ରାମନଗରର ମନୋଜ ପିଲିଭିତର ରୁବିଙ୍କୁ ବିବାହ କରିଥିଲେ। ବିବାହ ପରେ ଦୁହେଁ ଗୋଟିଏ ପୁତ୍ର ଏବଂ ଗୋଟିଏ କନ୍ୟା ସନ୍ତାନର ବାପା ଓ ମା’ ହୋଇଥିଲେ। ବିବାହର ୧୫ବର୍ଷ ପରେ ମନୋଜ କୌଣସି ଏକ କାମରେ ବାହାରକୁ ଚାଲି ଯାଇଥିଲେ। ଏହି ସମୟରେ ରୁବି ତାଙ୍କ ପ୍ରେମିକ ସହିତ ମିଳାମିଶା କରିବା ଆରମ୍ଭ କରି ଦେଇଥିଲେ। ସ୍ବାମୀ ରୁବିଙ୍କୁ ତାଙ୍କ ପ୍ରେମିକଙ୍କ ସହିତ ସିଧାସଳଖ ଧରିବା ପରେ ସମସ୍ତ ସତ୍ୟ ଘଟଣା ସାମ୍ନାକୁ ଆସି ଯାଇଥିଲା।ଧରାପଡ଼ିବା ପରେ ରୁବି କହିଥିଲେ, ‘ଆଜି ପର୍ଯ୍ୟନ୍ତ ମୁଁ ମୋ ପ୍ରେମକୁ ଭୁଲି ପାରୁ ନାହିଁ।’

ରୁବିଙ୍କ ମୁଖରୁ ଏସବୁ ଶୁଣିବା ପରେ ମନୋଜ ଘରେ ସମସ୍ତଙ୍କୁ ଜଣାଇ ସ୍ତ୍ରୀଙ୍କର ବିବାହ ପ୍ରେମିକ ସହ କରାଇ ଦେଇଥିଲେ। ରୁବିଙ୍କ ବିବାହକୁ ନେଇ ସ୍ବାମୀ ମନୋଜ କହିଛନ୍ତି, ‘ଆଜ୍ଞା ଯାହା ହେଲା ଭଲ ହୋଇଛି। କାରଣ ବିବାହର ୧୫ବର୍ଷ ପରେ ବି ରୁବି ତାଙ୍କର ପ୍ରେମିକଙ୍କୁ ଭୁଲି ପାରି ନାହାନ୍ତି। ତା’ମାନେ ସେ ମୋତେ ଗ୍ରହଣ କରି ନାହାନ୍ତି। ଏ ସମ୍ପର୍କକୁ ନେଇ ଆଗକୁ କିଛି ଅସୁବିଧା ହେବା ପୂର୍ବରୁ ସମାଧାନ ହୋଇଯିବା ଠିକ। ତେଣୁ ମୁଁ ରୁବିଙ୍କ ତାଙ୍କ ପ୍ରେମିକ ସହ ବିବାହ କରିବା ପାଇଁ ସ୍ଥିର କରିଥିଲି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe