ଏହି କାରଣରୁ ଅଟକିଲା ଶିଜାନଙ୍କ ଜାମିନ ଆବେଦନ ଉପରେ ହେବାକୁ ଥିବା ଶୁଣାଣି

Advertisment
ଏହି କାରଣରୁ ଅଟକିଲା ଶିଜାନଙ୍କ ଜାମିନ ଆବେଦନ ଉପରେ ହେବାକୁ ଥିବା ଶୁଣାଣି

hindustantimes

ମୁମ୍ବାଇ: ଅଟକିଲା ଶିଜାନଙ୍କ ଜାମିନ ଆବେଦନ ଉପରେ ହେବାକୁ ଥିବା ଶୁଣାଣି। ଟେଲି ଅଭିନତ୍ରୀ ତୁନିଶା ଶର୍ମାଙ୍କ ମୃତ୍ୟୁ ମାମଲାରେ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି ଶିଜାନ ଖାନ। ସେ ଏବେ ଥାନେ ଜେଲରେ ଥିବା ବେଳେ ଶନିବାର ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଏକ କୋର୍ଟ ତାଙ୍କ ଜାମିନ ଆବେଦନ ଶୁଣାଣିକୁ ସ୍ଥଗିତ ରଖିଛନ୍ତି। ଜାନୁଆରି ୯ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି।

ମୀରା ଭୟନ୍ଦର ବସାଇ ବିରାର (ଏମବିଭିଭି) ପୁଲିସର ଆବେଦନକ୍ରମେ ଶୁଣାଣି ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି। ଏମବିଭିଭି ପୁଲିସ କୋର୍ଟକୁ କହିଥିଲା ଯେ, ତୁନିଶାଙ୍କ ମୃତ୍ୟୁର ପରବର୍ତ୍ତୀ ରୀତିନୀତିରେ ତାଙ୍କ ମା’ ବନିତା ଶର୍ମା ବ୍ୟସ୍ତ ଥିବାରୁ ତାଙ୍କର ବୟାନ ରେକର୍ଡ କରାଯାଇନାହିଁ। ତେଣୁ ଆମକୁ ଜାନୁଆରି ୧୩ପର୍ଯ୍ୟନ୍ତ ସମୟ ଦିଆଯାଉ। ଏହାକୁ ବିରୋଧ କରି ଶିଜାନଙ୍କ ଓକିଲ କହିଥିଲେ ଯେ, ଜାଣିଶୁଣି ଶିଜାନଙ୍କୁ ଅଧିକ ଦିନ ଜେଲରେ ରଖିବା ପାଇଁ ଏଭଳି କରୁଛନ୍ତି ତୁନିଶାଙ୍କ ମା’। ସେ ୧୪ଦିନ ହେଲାଣି ଜେଲରେ ରହିଲେଣି। ଏବେ ତାଙ୍କ ଜାମିନ ଆବେଦନ ଉପରେ ଶୀଘ୍ର ଶୁଣାଣି ହେବା ଉଚିତ୍। ତେବେ ଦୁଇ ପକ୍ଷର କଥା ଶୁଣିବା ପରେ କୋର୍ଟ ଜାନୁଆରି ୧୩ ପରିବର୍ତ୍ତେ ଜାନୁଆରି ୯ରେ ଶିଜାନଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବାକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe