ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବା ଝିଅକୁ ନିସ୍ତୁକମାଡ଼ ମାରୁଥିବା ଡାକ୍ତର ଦମ୍ପତିଙ୍କ ଭିଡିଓ ଭାଇରାଲ

27e57b2e-0461-4ad6-9f5f-85304fd1ebbf

ଚଣ୍ଡିଗଡ଼/ସିମଲା: ହିମାଚଳ ପ୍ରଦେଶର ସିମଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଚଣ୍ଡିଗଡ଼ର ଡାକ୍ତର ଦମ୍ପତି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବା ୧୦ବର୍ଷୀୟ ଝିଅକୁ ନିର୍ମମ ଭାବେ ମାଡ଼ ମାରୁଥିବାର ଅଭିଯୋଗ ହୋଇଛି। 

ଏହି ଅଭାବନୀୟ ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଥିବା ଘଟଣା ଗତ ସପ୍ତାହ ଅର୍ଥାତ ଜୁନ୍ ୧୪ ତାରିଖର ଘଟିଥିବା କୁହାଯାଉଛି।

ସୂଚନାଯୋଗ୍ୟ, ପିଜିଆଇର ଡାକ୍ତର ଦମ୍ପତି ମାତ୍ର ତିନିବର୍ଷ ବୟସରେ ଝିଅଟିକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ଡାକ୍ତର ଦମ୍ପତି ଚଣ୍ଡିଗଡ଼ର ସେକ୍ଟର ୧୫ରେ ବସବାସ କରନ୍ତି।  ଡାକ୍ତର ଦମ୍ପତି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବା ଉକ୍ତ ଝିଅଟିକୁ ଏବେ ୧୦ବର୍ଷ ବୟସ ହୋଇଛି। ତେବେ ଝିଅକୁ ମାଡ଼ ମାରୁଥିବାର ଭିଡିଓ ସିମଲାର ଜଣେ ପଡ଼ୋଶୀ ଗୁପ୍ତରେ ରେକର୍ଡ କରିଥିବା ଜଣାପଡ଼ିଛି। 

ଏହି ଭିଡିଓକୁ ପ୍ରମାଣ ଭାବେ ବ୍ୟବହାର କରି ପଡୋଶୀ ଶିଶୁ ହେଲ୍ପଲାଇନ୍ ନମ୍ବରକୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲେ।  ପଡ଼ିଶାଙ୍କ ଅଭିଯୋଗକୁ କେନ୍ଦ୍ର କରି ବରିଷ୍ଠ ଅଧିକାରୀମାନେ ତୁରନ୍ତ ଘଟଣାକୁ ଗମ୍ଭୀରତା ସହ ନେଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। 

ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଅଭିଯୁକ୍ତ ଡାକ୍ତର ଦମ୍ପତି ଝିଅଟିକୁ ବାଡ଼ିରେ ନିସ୍ତୁକଭାବେ ପିଟୁଛନ୍ତି। ଝିଅ ଜଣକ ମା୍ଡ଼ରୁ ବଞ୍ଚିବା ପାଇଁ ଘରେ ଭିତରେ ଦୌଡୁଛି। ଏହି ସମୟରେ ଘରେ ଥିବା ଅନ୍ୟ ଜଣେ ବ୍ୟକ୍ତି କୋଠରୀ ଭିତରକୁ ଆସି ଝିଅଟିକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ତଥାପି, ଡାକ୍ତର ଝିଅଟିକୁ ପିଟୁଛନ୍ତି। ଭିଡିଓରେ ଝିଅର କାନ୍ଦିବା ସ୍ବର ସ୍ପଷ୍ଟ ଭାବରେ ଶୁଣିବାକୁ ମିଳୁଛି।

ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ, ଚଣ୍ଡିଗଡ଼ ଶିଶୁ ଅଧିକାର ସୁରକ୍ଷା ଅଧ୍ୟକ୍ଷା ଶିପ୍ରା ବଂଶଲ ସ୍ୱତଃ ତଦନ୍ତ କରି  ଚଣ୍ଡିଗଡ଼ ଏବଂ ହିମାଚଳ ପୁଲିସଠାରୁ ଏହି ମାମଲାରେ ରିପୋର୍ଟ ମାଗିଛନ୍ତି। ଏହା ସହିତ, ଶିଶୁ କଲ୍ୟାଣ କମିଟି  ମଧ୍ୟ ତଦନ୍ତ ଆରମ୍ଭ କରିଛି ଏବଂ ଡାକ୍ତର ଦମ୍ପତିଙ୍କୁ ସମନ କରାଯାଇଛି। ଡାକ୍ତର ଦମ୍ପତିଙ୍କୁ ପଚରାଉଚରା ପାଇଁ ପ୍ରସ୍ତୁତି ଚାଲିଛି। ତଦନ୍ତର ଫଳାଫଳ ଉପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିର୍ଭର କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe