ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା କରି ଅଗଣାରେ ପୋତିଲା ସ୍ବାମୀ

Advertisment
wefwe

ନୂଆଦିଲ୍ଲୀ: ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା କରି ଅଗଣାରେ ପୋତିଲା ସ୍ବାମୀ। ହତ୍ୟା କରି ପ୍ରଥମେ ଜାଳିବା ପରେ ଅର୍ଦ୍ଧଦଗ୍ଧ ଶବକୁ ଅଭିଯୁକ୍ତ ଅଗଣାରେ ପୋତିଥିଲା। ଏହା ପରେ ପୁଲିସରେ ସ୍ତ୍ରୀ ନିଖୋଜ ଥିବା ନେଇ ଏତଲା ରୁଜୁ କରିଥିଲା। ହେଲେ ମୃତକଙ୍କ ପରିବାର ଲୋକେ ଅଭିଯୁକ୍ତର ଅସଲ ମୁଖା ଖୋଲିଥିଲେ। ହିମାଚଳ ପ୍ରଦେଶର ସିମଲାରେ ଘଟିଛି ଏଭଳି ଘଟଣା। ହତ୍ୟା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରାଯାଇଛି। 

ସୂଚନା ମୁତାବକ, ଗଣପେରି ଗାଁର ସୁରକ୍ଷା କର୍ମୀ ତୋତା ରାମ ତାଙ୍କ ୨୬ ବର୍ଷୀୟା ପତ୍ନୀ ଗୁଲସନଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ରାମଙ୍କ ବିରୋଧରେ ଧାରା ୧୦୩ (ହତ୍ୟା ପାଇଁ ଦଣ୍ଡ) ଓ ୨୩୮ (ଅପରାଧର ପ୍ରମାଣ ନଷ୍ଟ କରିବା କିମ୍ବା ଅପରାଧୀଙ୍କୁ ସୁରକ୍ଷା ଦେବା ପାଇଁ ମିଥ୍ୟା ସୂଚନା ଦେବା) ଅନୁଯାୟୀ ମାମଲା ରୁଜୁ କରାଯାଇଛି ଏବଂ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ପୁଲିସ କହିଛି।

କୁହାଯାଉଛି ଯେ, ଗୁଲସନଙ୍କ ସହ ଯୋଗାଯୋଗ ହୋଇନପାରିବାରୁ ତାଙ୍କ ବାପ ଘର ଲୋକେ ତୋତାରାମଙ୍କ ଘରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବର ଅଗଣା ଦେଖି ସେମାନଙ୍କର ସନ୍ଦେହ ହୋଇଥିଲା। ପରେ ପଡୋଶୀଙ୍କ ସହାୟତାରେ ସେ ଅଗଣାକୁ ଖୋଳିବା ପରେ ଭିତରୁ ଗୁଲସନଙ୍କ ଅର୍ଦ୍ଧ ଦଗ୍ଧ ଶବ ମିଳିଥିଲା। ଯୌତୁକ ପାଇଁ ତୋତା ରାମ ଏଭଳି କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe