ପୁଲିସ୍‌ ଷ୍ଟେସନ ଭିତରେ ମହିଳାଙ୍କୁ ପିଟୁଥିବା ବେଳେ କ୍ୟାମେରାରେ କଏଦ ହେଲେ ପୁଲିସ୍‌ ଅଧିକାରୀ

Advertisment
କନ୍ଧମାଳ: ସ୍ତ୍ରୀକୁ ଜିଅନ୍ତା ପୋଡ଼ି ହତ୍ୟା ଉଦ୍ୟମ ଅଭିଯୋଗ

Photo Credit: Getty Images

ଗ୍ଵାଲିୟର୍‌: ମଧ୍ୟପ୍ରଦେଶର ଗ୍ଵାଲିୟର୍‌ ରେଳବାଇ ପୁଲିସ୍‌ ଷ୍ଟେସନ୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ପୁଲିସ୍‌ ଷ୍ଟେସନ୍‌ ଭିତରେ ଜଣେ ପୁଲିସ୍‌ ଅଧିକାରୀ ଜଣେ ମହିଳାଙ୍କୁ ପିଟୁଥିବାର ଅଭିଯୋଗ ହୋଇଛି। ପୁଲିସ୍‌ ଅଧିକାରୀ ଜଣକ ମହିଳାଙ୍କୁ ପିଟୁଥିବା ବେଳର ଏକ ଭିଡିଓ ନିକଟରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ତେବେ, ଭିଡିଓରେ ମହିଳାଙ୍କୁ ପିଟୁଥିବା ପୁଳିସ୍‌ ଜଣଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଗ୍ଵାଲିୟର୍‌ ଜଣେ ପୁଲିସ୍‌ ଅଧିକାରୀଙ୍କ କହିବା କଥା ହେଉଛି ଏହି ଭିଡିଓଟି ୨ ବର୍ଷ ତଳର। ଏହା ସୋସିଆଲ୍‌ ମିଡିଆରେ ବୁଲିବା ପୂର୍ବରୁ ସେମାନେ ଭଡିଓଟି ବିଷୟରେ କିଛି ଜାଣି ମଧ୍ୟ ନଥିଲେ।

ଭିଡିଓରେ ଦେଖିବାକୁ ମିଳିଛି ପୁଲିସ୍‌ ଅଧିକାରୀ ଜଣକ ବାରମ୍ବାର ମହିଳାଙ୍କୁ ପିଟୁଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ଗ୍ଵାଲିୟର୍‌ ରେଳବାଇ ପୁଲିସ୍‌ ଷ୍ଟେସନ୍‌ରେ। ମହିଳାଙ୍କୁ ମାରିବା ସହ ବାରମ୍ବାର ପୁଲିସ୍‌ ଜଣକ ମହିଳାଙ୍କ ଚୁଟି ଟଣା ଘୋସରା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe