ଆଶ୍ଚର୍ଯ୍ୟ! ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀଙ୍କ ବାମ କିଡନିରୁ ପଥର ବାହାର କରିବା ବଦଳରେ ଡାକ୍ତର ଡାହାଣ କିଡନି ବାହାର କରି ଦେଲେ

ଆଶ୍ଚର୍ଯ୍ୟ! ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀଙ୍କ ବାମ କିଡନିରୁ ପଥର ବାହାର କରିବା ବଦଳରେ ଡାକ୍ତର ଡାହାଣ କିଡନି ବାହାର କରି ଦେଲେ

ପାଟନା: ଡାକ୍ତରଙ୍କୁ ଦ୍ବିତୀୟ ଭଗବାନ ବୋଲି କୁହାଯାଇଥାଏ। ମଣିଷ ଶରୀର ଅସୁସ୍ଥ ହୋଇଗଲେ ସେ ଡାକ୍ତରଙ୍କ ପାଖକୁ ଧାଇଁ ଯାଇଥାଏ। କାରଣ ସେ ଜାଣିଛି ଡାକ୍ତର ବ୍ୟତୀତ ମଣିଷ ଶରୀରର ରୋଗକୁ ଆଉ କେହି ଚିହ୍ନି ପାରିବେ ନାହିଁ। ତେବେ ବିହାରର ଏକ ହସ୍ପିଟାଲରେ ଜଣେ ଡାକ୍ତରଙ୍କର ଅବହେଳାର ଚିତ୍ର ସାମ୍ନାକୁ ଆସିଛି। ଡାକ୍ତରଙ୍କ ଅବହେଳା ହେତୁ ଜଣେ ରୋଗୀଙ୍କ ଜୀବନ ଚାଲି ଯିବାର ଅନେକ ସମ୍ଭାବନା ରହିଥିଲା।

ଏଭଳି ଏକ ଘଟଣା ପାଟନା କଙ୍କଡ଼ବାଗସ୍ଥିତ ହସ୍ପିଟାଲରେ ଘଟିଛି। ଏହି ହସ୍ପିଟାଲକୁ ବେଗୁସରାଏର ମହମ୍ମଦ ମୁଜାହିଦ ଚିକିତ୍ସା ପାଇଁ ଯାଇଥିଲେ। ହସ୍ପିଟାଲରେ ଡାକ୍ତର ତାଙ୍କର ଚିକିତ୍ସା କରିବା ପରେ ଅସ୍ତ୍ରୋପଚାର ପାଇଁ କହିଥିଲେ।

publive-image https://navbharattimes.indiatimes.com/

ଅସ୍ତ୍ରୋପଚାର ପରେ ଡାକ୍ତର ରୋଗୀଙ୍କ କିଡନି ବାହାର କରି ଦେଇଥିବା ରୋଗୀଙ୍କ ସମ୍ପର୍କୀୟ ଜାଣିବା ପରେ ଡାକ୍ତରଖାନା ପରିସରରେ ଉତ୍ତେଜନା ଆରମ୍ଭ କରି ଦେଇଥିଲେ।  ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିଜ ଆୟତ୍ତକୁ ନେଇଥିଲା। ଏହି ସମ୍ପୂର୍ଣ୍ଣ ଘଟଣାକୁ ନେଇ ପୁଲିସରେ ମାମଲା ରୁଜୁ କରାଯାଇଛି। ଅଧିକାରୀମାନେ ଏହି ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଛନ୍ତି। ତେବେ ଡାକ୍ତରଙ୍କ ରୋଗୀଙ୍କ ପ୍ରତି ଏଭଳି ଅବହେଳା ଘଟଣା ପ୍ରଘଟ ହେବା ପରେ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କେହିକେହି ଏହି ଘଟଣା କିଡନି ରାକେଟ ସହିତ ଜଡ଼ିତ ଥିବା ବି ସନ୍ଦେହ କରିଛନ୍ତି।

publive-image https://navbharattimes.indiatimes.com/

ଏହି ଘଟଣାକୁ ନେଇ ଡାକ୍ତର ପିକେ ଜୈନ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ଭୁଲକୁ ସ୍ବୀକାର କରିବା ସହିତ କହିଛନ୍ତି, ରୋଗୀ ମହମ୍ମଦ ମୁଜାହିଦଙ୍କ ଅସ୍ତ୍ରୋପଚାର ସମୟରେ ପଥର ନଜର ଆସିଥିଲା, ଯାହାକି ଅଲଟ୍ରାସାଉଣ୍ଡ ସମୟରେ ଦେଖା ଯାଇ ନଥିଲା। ଅସ୍ତ୍ରୋପଚାର ଚାଲିଥିବା ସମୟରେ ବହୁତ ରକ୍ତସ୍ରାବ ହୋଇଥିଲା। ଏହି କାରଣରୁ ରୋଗୀଙ୍କ ଶରୀରରୁ କିଡନିକୁ ବାହାର କରିବାକୁ ପଡ଼ିଥିଲା। କେବଳ ଏତିକି ନୁହେଁ ଡାକ୍ତର ରୋଗୀଙ୍କ ବାହାର କରିଥିବା କିଡନି ବି ତାଙ୍କ ପରିବାରଲୋକଙ୍କୁ ଦେଖାଇଥିଲେ। ଏହା ଦେଖିବା ପରେ ରୋଗୀଙ୍କ ସମ୍ପର୍କୀୟ ରାଗି ଯାଇ ହସ୍ପିଟାଲ ପରିସରରେ ହଙ୍ଗାମା କରିଥିଲେ। ସେମାନଙ୍କୁ ଶାନ୍ତ ରହିବାକୁ କୁହାଯିବା ସହ ଡାକ୍ତର ୧୦ଲକ୍ଷ ଟଙ୍କା ଦେବେ ବୋଲି ବି କହିଥିଲେ। ତେବେ ଏଥିରେ ଉତ୍ତ୍ୟକ୍ତଲୋକ ଶାନ୍ତ ନହେବାରୁ ରୋଗୀଙ୍କ କିଡନିକୁ ପ୍ରତିରୋପଣ କରାଯିବ ବୋଲି ବି ଡାକ୍ତର କହିଥିଲେ।

ରୋଗୀ ମହମ୍ମଦ ମୁଜାହିଦ କହନ୍ତି, ତାଙ୍କ ବାମ କିଡନିରେ ପଥର ହୋଇଥିଲା। ଡାକ୍ତର ଅସ୍ତ୍ରୋପଚାର ସମୟରେ ଡାହାଣ କିଡନି ବାହାର କରି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe