ଅଯୋଧ୍ୟା ଦୁର୍ଗାପୂଜା ପେଣ୍ଡାଲ୍‌ରେ ଗୁଳିକାଣ୍ଡ: ଜଣେ ମୃତ, ୨ ବାଳିକା ଆହତ

ଅଯୋଧ୍ୟା ଦୁର୍ଗାପୂଜା ପେଣ୍ଡାଲ୍‌ରେ ଗୁଳିକାଣ୍ଡ: ଜଣେ ମୃତ, ୨ ବାଳିକା ଆହତ

ଅଯୋଧ୍ୟା: ବୁଧବାର ରାତି ପ୍ରାୟ ୧୦ଟା ବେଳେ ଉତ୍ତର ପ୍ରଦେଶର ଅଯୋଧ୍ୟା ଅନ୍ତର୍ଗତ କୋର୍‌ଖାନାସ୍ଥିତ ଏକ ଦୁର୍ଗାପୂଜା ପେଣ୍ଡାଲ୍‌କୁ ହଠାତ୍‌ ୪ଜଣ ଯୁବକ ପ୍ରବେଶ କରି ଗୁଳି ଚଳାଇବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଦୁଇଜଣ ସାଙ୍ଘାତିକ ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ୪ଜଣ ଯୁବକଙ୍କ ମଧ୍ୟରୁ ଜଣଙ୍କୁ ପୁଲିସ ଧରିଛି ଏବଂ ସେମାନେ ବ୍ୟବହାର କରୁଥିବା ଗାଡ଼ିଗୁଡ଼ିକୁ ଜବତ କରାଯାଇଛି।

ଗୁଳିକାଣ୍ଡରେ ଦୁଇ ଆହତ ହେଲେ ୧୨ ଓ ୧୪ ବର୍ଷୀୟ ବାଳିକା। ଅଧିକ ଚିକିତ୍ସା ନିମନ୍ତେ ସେମାନଙ୍କୁ ଅଯୋଧ୍ୟା ଜିଲ୍ଲା ହସ୍ପିଟାଲ୍‌ରୁ ଲକ୍ଷ୍ନୌକୁ ପଠାଯାଇଛି।

publive-image Image Courtesy of East Coast Daily English

ଅଯୋଧ୍ୟା ପୁଲିସ କହିବା ଅନୁସାରେ, ମାମଲାଟି ପାରସ୍ପାରିକ ବିବାଦ କାରଣଗତ। ସମସ୍ତ ଦୁର୍ବୃତ୍ତଙ୍କ ପ୍ରମାଣ ମିଳିଛି। ଖୁବ୍‌ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ। ଗିରଫ ଯୁବକଜଣକ ଅନ୍ୟ ତିନି ଦୁର୍ବୃତ୍ତଙ୍କ ସମ୍ପର୍କରେ ପୁଲିସକୁ ସୂଚନା ଦେଇଛନ୍ତି। ସେମାନଙ୍କୁ ଗିରଫ କରିବା ଲାଗି ୪ଟି ପୁଲିସ ଟିମ୍‌ ପଠାଯାଇଛି।

ଅଯୋଧ୍ୟାର ‘ଏସ୍‌ଏସ୍‌ପି’ ଶୈଳେଶ ପାଣ୍ଡେ କହିଛନ୍ତି, ଏହା ଦୁର୍ଗା ପୂଜାଜନିତ ଘଟଣା ବୋଲି କେତେକ ଗଣମାଧ୍ୟମ କହୁଛନ୍ତି। କିନ୍ତୁ, ତାହା ସତ୍ୟ ନୁହେଁ। ଏହା ବ୍ୟକ୍ତିଗତ ବିବାଦଜନିତ ଘଟଣା। ଆକ୍ରମଣର କାରଣ ସଂକ୍ରାନ୍ତ ତଥ୍ୟ ସଂଗ୍ରହ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe