ଲଜ୍ଜା : ତେଜରାତି ଦୋକାନୀ ୧୦ଦିନରେ ୬ଜଣ ଶିଶୁଙ୍କୁ କରିଥିଲା ଦୁଷ୍କର୍ମ

Advertisment
ଲଜ୍ଜା : ତେଜରାତି ଦୋକାନୀ ୧୦ଦିନରେ ୬ଜଣ ଶିଶୁଙ୍କୁ କରିଥିଲା ଦୁଷ୍କର୍ମ

Bhaskar Live English News

ପାଟନା: ବିହାରର ଲକ୍ଷ୍ମୀସରାୟ ଜିଲ୍ଲା ହେବନିୟତରେ ଜଣେ ଯୌନ ପିପାସୁ ଜଘନ୍ୟ କାଣ୍ଡ ଘଟାଇଛି। ସେ ୧୦ ଦିନରେ ୬ ଜଣ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି। ଦୁଷ୍କର୍ମର ଶିକାର ହୋଇଥିବା ସମସ୍ତ ନାବାଳିକାଙ୍କର ବୟସ ୫ରୁ ୭ ବର୍ଷ ହେବ ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଦୋକାନୀକୁ ପୁଲିସ ଗିରଫ କରି ନେଇଛି। ଗିରଫ ଅଭିଯୁକ୍ତ ନାମ ରିଜୟ ତାନ୍ତି।

ସୂଚନା ଅନୁସାରେ, ଅଭିଯୁକ୍ତ ରିଜୟ ତାନ୍ତି (୫୦ ବର୍ଷ)ର ହେବନିୟତ ଗାଁରେ ଏକ ତେଜରାତି ଦୋକାନ ଅଛି । ଗାଁ ଲୋକଙ୍କ ଅଭିଯୋଗ ଅନୁଯାୟୀ ଦୋକାନ ନିକଟରେ ଖେଳୁଥିବା ଛୋଟ ଶିଶୁମାନଙ୍କ ଉପରେ ସେ ଖରାପ ନଜର ରଖିଥାଏ। ଅନେକ ସମୟରେ ସେ ଶିଶୁମାନଙ୍କୁ ଚକୋଲେଟ ଦେବାର ବାହାନା ଦେଖାଇ ନିଜ ପାଖକୁ ଡାକି ଅଶ୍ଳୀଳ ଇଙ୍ଗିତ କରିଥାଏ। ଛୋଟ ପିଲା ହୋଇଥିବାରୁ ସେମାନେ ଏସବୁ କିଛି ବୁଝି ପାରନ୍ତି ନାହିଁ। ଏହି ପିଲାଙ୍କ ଭିତରୁ କିଛି ପିଲା ଦୋକାନୀ ଡାକି ଏଭଳି ଇଙ୍ଗିତ କରୁଥିବା ଘରେ କହିବା ପରେ ପରିବାରଲୋକ ଦୋକାନୀ ବିଷୟରେ ଜାଣି ପିଲାଙ୍କୁ ଆଉ ସେଠାକୁ ଛାଡ଼ନ୍ତି ନାହିଁ।

four-year-old rape under the pretext of getting toffee in badaun

ନିକଟରେ ଉକ୍ତ ଦୋକାନୀର କଳା କାରନାମା ସାମ୍ନାକୁ ଆସିଛି । ୨ ଦିନ ତଳେ ଅଭିଯୁକ୍ତଜଣକ ଦୁଇ ଜଣ ନାବାଳିକାଙ୍କ ସହିତ ଦୁଷ୍କର୍ମ କରିଥିଲା । ତେବେ ୨ ନାବାଳିକାଙ୍କ ଦେହ ଅସୁସ୍ଥ ହୋଇପଡିବାରୁ ପରିବାର ଲୋକ ହସ୍ପିଟାଲ ନେଇ ଯାଇଥି‌ଲେ। ସେଠାରେ ଡାକ୍ତର ଶିଶୁ ସହିତ ଦୁଷ୍କର୍ମ ହୋଇଥିବା ପରିବାରଲୋକଙ୍କୁ ଜଣାଇଥିଲେ । ଏହାପରେ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ଅଭିଯୁକ୍ତ ରିଜୟ ତାନ୍ତିକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।

ଶୁଣିବାକୁ ମିଳିଛି କି, ଏହି ଦୁଇଜଣ ଶିଶୁ ବ୍ୟତୀତ ରିଜୟ ତାନ୍ତି ଅନ୍ୟ ୪ଜଣ ଶିଶୁଙ୍କୁ ଦୁଷ୍କର୍ମ କରିଥିଲା। କିନ୍ତୁ ସେମାନଙ୍କ ପରିବାର ଲୋକଲଜ୍ଜା ଭୟରେ ଅଭିଯୋଗ କରି ନାହାନ୍ତି କି କାହାରି ଆଗରେ ମୁହଁ ଖୋଲି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe