ନୂଆଦିଲ୍ଲୀ: ସର୍ବବୃହତ୍ତ ସେଲଫି ପଏଣ୍ଟ ନାମରେ ନୂଆଦିଲ୍ଲୀରେ ସିଗ୍ନେଚର ବ୍ରିଜ ଉଦ୍ଘାଟିତ ହୋଇଥିଲା। ଏହି ବ୍ରିଜ ଉଦ୍ଘାଟନ୍ ହେବାର ଅଳ୍ପ କିଛିଦିନ ମଧ୍ୟରେ ବ୍ରିଜ୍ ସହିତ ଜଡ଼ିତ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସିଛି। ସେଲଫି ନେବା କାରଣ ହେତୁ ଏହି ବ୍ରିଜ ଉପରେ ତିନିଜଣଙ୍କ ଜୀବନ ଚାଲି ଯାଇଛି। ନିକଟରେ ଏହି ବ୍ରିଜକୁ ଲୋକେ ନଷ୍ଟ କରୁଥିବାର ବି ଖବର ସାମ୍ନକୁ ଆସିିଛି। ଯାହାଫଳରେ ବ୍ରିଜ୍ର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅସାମାଜିକ ଲୋକମାନେ ବ୍ରିଜ୍ର ସରଫେସ୍ ଓ ପାୟଲାନ୍କୁ ଯୋଡୁଥିବା କେବଲ୍ସର ନଟ-ବୋଲଟ ଚୋରାଇବାର କାମ ଆରମ୍ଭ କରି ଦେଇଛନ୍ତି। ସୋମବାର ସକାଳେ ଏହି ବ୍ରିଜ ଉପରୁ କିଛି ନଟ-ବୋଲଟ୍ ନଥିବା ଜଣାପଡ଼ିଥିଲା। ନଟ-ବୋଲଟ ନଥିବା ଜାଣି ଦିଲ୍ଲୀ ଟୁରିଜମ୍ ଆଣ୍ଡ ଟ୍ରାନ୍ସପୋର୍ଟେସନ୍ ଡେଭଲପମେଣ୍ଟ କରପୋରେସନ୍ (ଡିଟିଡିସି)ର ଇଞ୍ଜିନିୟର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବଂ କହିଥିଲେ ଏଭଳି ଘଟଣାକୁ ରୋକିବା ପାଇଁ ଏବେ ବେଲିଡିଙ୍ଗ କରିବାକୁ ପଡ଼ିବ। ଯଦି ଏଭଳି ଘଟଣା ଜାରି ରୁହେ ତେବେ ବ୍ରିଜ ପାଇଁ ବିପଦପୂର୍ଣ୍ଣ ରହିବ।
Follow Us