ଶୌଚାଳୟରେ କ୍ୟାମେରା ଖଞ୍ଜି ମହିଳାଙ୍କ ଅଶ୍ଳୀଳ ଭିଡିଓ ରେକର୍ଡ କରୁଥିଲେ ଡାକ୍ତର

Advertisment

ଫିଜିଓଥେରାପି କେନ୍ଦ୍ରର ଶୌଚାଳୟରେ ଲୁକ୍କାୟିତ କ୍ୟାମେରା ଲଗାଇ ମହିଳାଙ୍କ ଅଶ୍ଳୀଳ ଭିଡିଓ ରେକର୍ଡ କରିବା ଡାକ୍ତରଙ୍କୁ ମହଙ୍ଗା ପଡ଼ିଲା। ଯାଞ୍ଚ କରି ଡାକ୍ତରଙ୍କୁ ଉଠାଇ ନେଲା ପୁଲିସ।

ଫିଜିଓଥେରାପି କେନ୍ଦ୍ରର ଶୌଚାଳୟରେ ଲୁକ୍କାୟିତ କ୍ୟାମେରା ଲଗାଇ ମହିଳାଙ୍କ ଅଶ୍ଳୀଳ ଭିଡିଓ ରେକର୍ଡ କରିବା ଡାକ୍ତରଙ୍କୁ ମହଙ୍ଗା ପଡ଼ିଲା। ଯାଞ୍ଚ କରି ଡାକ୍ତରଙ୍କୁ ଉଠାଇ ନେଲା ପୁଲିସ।

୬୭

ନୂଆଦିଲ୍ଲୀ: ରାଜସ୍ଥାନର ସିକର ଲକ୍ଷ୍ମଣଗଡରେ ଥିବା ଏକ ଫିଜିଓଥେରାପି କେନ୍ଦ୍ରର ଶୌଚାଳୟରେ ଲୁକ୍କାୟିତ କ୍ୟାମେରା ଲଗାଇ ମହିଳାଙ୍କ ଅଶ୍ଳୀଳ ଭିଡିଓ ରେକର୍ଡ କରାଯାଉଥିବାର ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। 

ଜଣେ ମହିଳାଙ୍କ ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଛାନଭିନ ଆରମ୍ଭ କରିଥିଲା। ରାଜସ୍ଥାନର ସିକର ଲକ୍ଷ୍ମଣଗଡରେ ଥିବା ଏକ ଫିଜିଓଥେରାପି କେନ୍ଦ୍ରରେ କାମ କରୁଥିବା ଜଣେ ମହିଳା ଡାକ୍ତରଙ୍କ ଉପରେ ସନ୍ଦେହ କରିଥି‌ଲେ। ଏହି ସନ୍ଦେହ କାରଣରୁ ଦିନେ ମହିଳା କର୍ମଚାରୀ ଚତୁରତା ସହ ଡାକ୍ତରଙ୍କ ବ୍ୟାଗରୁ ଏକ ପେନ୍ ଡ୍ରାଇଭ୍ ଘରକୁ ଆଣିଥିଲେ। ଏହାକୁ ଲଗାଇ ଦେଖିବା ପରେ ସେଥିରେ ଫିଜିଓଥେରାପି କେନ୍ଦ୍ରରେ କାମ କରୁଥିବା ଅନେକ ମହିଳାଙ୍କ ଅଶ୍ଳୀଳ ଭିଡିଓ ରହିଥିଲା।  ଏହାପରେ ମହିଳା ଜଣକ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ମହିଳାଙ୍କ ଅଭିଯୋଗକୁ କେନ୍ଦ୍ର କରି ଯାଞ୍ଚ ଆରମ୍ଭ କରି ଏହି ଘଟଣାରେ ସମ୍ପୃକ୍ତ ଥିବା ଡାକ୍ତର ସୁରେଶ ଜାଙ୍ଗିଡ଼ଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି। 

ଡିଏସପି ଦିଲୀପ ମୀଣାଙ୍କ ସୂଚନା ଅନୁଯାୟୀ ଫିଜିଓଥେରାପି କେନ୍ଦ୍ରରେ ସ୍ଥାପିତ ଲୁକ୍କାୟିତ କ୍ୟାମେରା ସମ୍ପର୍କରେ ଅଭିଯୋଗ ଆସିଥିଲା। ଅଭିଯୋଗକୁ ଗମ୍ଭୀରତାର ସହ ନେଇ ପୁଲିସ ତଦନ୍ତ ଆରମ୍ଭ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଯାଞ୍ଚ ସମୟରେ ଫିଜିଓଥେରାପି ସେଣ୍ଟରର ଶୌଚାଳୟରେ ପୁଲିସ ଏକ ଲୁକ୍କାୟିତ କ୍ୟାମେରା ଜବତ କରିଥିଲା। ଏହାପରେ ଡାକ୍ତରଙ୍କ କ୍ୟାବିନକୁ ଖୋଜାଖୋଜି କରାଯାଇଥିଲା। ସେଠାରେ ଏକ ବ୍ୟାଗ ମିଳିଥିଲା, ଯେଉଁଥିରେ ଏକ ଲୁକ୍କାୟିତ କ୍ୟାମେରା ସହିତ ୪ଟି ପେନ୍ ଡ୍ରାଇଭ୍ ପୁଲିସ ଜବତ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe