୫ ପିଲାଙ୍କୁ ନେଇ ଶୋଇଥିବା ଅବସ୍ଥାରେ ମହିଳାଙ୍କ ଘରେ ଅଗ୍ନିକାଣ୍ଡ, ଅଜଣା ଦୁର୍ବୃତ୍ତ ପେଟ୍ରୋଲ୍‌ ଢାଳି ଲଗାଇଲେ ନିଆଁ

Advertisment
୫ ପିଲାଙ୍କୁ ନେଇ ଶୋଇଥିବା ଅବସ୍ଥାରେ ମହିଳାଙ୍କ ଘରେ ଅଗ୍ନିକାଣ୍ଡ, ଅଜଣା ଦୁର୍ବୃତ୍ତ ପେଟ୍ରୋଲ୍‌ ଢାଳି ଲଗାଇଲେ ନିଆଁ

https://www.timesnownews.com/

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ମଙ୍ଗଳବାର ରାତିରେ ଏକ ପରିବାରର ୬ ଜଣ ଲୋକ  ଘରେ ଶୋଇଥିବା ଅବସ୍ଥାରେ ସେମାନଙ୍କ ଶରୀରରେ ନିଆଁ ଲାଗି ଯାଇଥିବା ସୂଚନା ରହିିଛି। ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ୪୦ ବର୍ଷୀୟା ଜଣେ ମହିଳା ତାଙ୍କର ୫ ଜଣ ପିଲାଙ୍କୁ ଧରି ତାଙ୍କ ଘରେ ଶୋଇଥିଲେ। ସେ ଶୋଇଥିବା ଅବସ୍ଥାରେ ତାଙ୍କ ଘରେ ନିଆଁ ଲାଗି ଯିବାରୁ ମହିଳାଙ୍କ ସମେତ ତାଙ୍କର ୫ ଜଣ ପିଲାଙ୍କୁ ମିଶାଇ ସମୁଦାୟ ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଦିଲ୍ଲୀର ଏକ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛିି।

ଦେଖଣାହାରୀଙ୍କ କହିବା ଅନୁସାରେ କିଛି ଅଜଣା ବ୍ୟକ୍ତି ଆସି ମହିଳାଙ୍କ ଘର ଝରକା ଦେଇ ଏକ ପାଇପ୍‌ ସାହାଯ୍ୟରେ ତାଙ୍କ ଘରକୁ ପେଟ୍ରୋଲ୍‌ ପକାଇଥିଲେ। ପେଟ୍ରୋଲ୍‌ ଢାଳିବା ପରେ ସେ ମହିଳାଙ୍କ ଘର ଭିତରକୁ ଏକ ଦିଆସିଲ୍‌ ଜଳାଇ ଫିଙ୍ଗି ଦେଇଥିଲେ। ଚାହୁଁ ଚାହିଁ ଘରଟି ଜଳି ଉଠିଥିଲା। ଏହି ଘଟଣାଟି ମିରଟର ଖାରଖୋଡ଼ା ଅଞ୍ଚଳର ବୋଲି ଜାଣିବାକୁ ମିଳିଛି।

ମହିଳାଙ୍କୁ ଆଠ ବର୍ଷ ତଳୁ ତାଙ୍କୁ ସ୍ବାମୀ ଛାଡ଼ି ଦେବା ପରେ ସେ ଦିନ ମଜୁରିଆ ଭାବେ କାମ କରି ତାଙ୍କ ପିଲାଙ୍କ ପେଟ ପୋଷି ଆସୁଥିଲେ। ତେବେ, ଏହି ଘଟଣା କିଏ ଘଟାଇଥାଇ ପାରେ ବୋଲି ମହିଳା ଜଣକ ପୁଲିସ୍‌କୁ କହି ପାରିନାହାନ୍ତି। ତାଙ୍କ କହିବା ମୁତାବକ, ‘ମୋର କେହି ବି ଶତ୍ରୁ ନାହାନ୍ତି। ମୋ ପରିବାରକୁ କିଏ ଏପରି ଜାଳିବାକୁ ଚାହୁଁଥିଲା ମୁଁ କହିପାରିବି ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe