ଶିଶୁପାଳଗଡ଼-ନୂଆଗାଁ ଗୋଷ୍ଠୀ ସଂଘର୍ଷରେ ଜଣେ ଗିରଫ

Advertisment
ଶିଶୁପାଳଗଡ଼-ନୂଆଗାଁ ଗୋଷ୍ଠୀ ସଂଘର୍ଷରେ ଜଣେ ଗିରଫ

ଧଉଳି: ଧଉଳି ଥାନା ପୁଲିସ ଶିଶୁପାଳଗଡ଼ ଓ ନୂଆଗାଁ ଗୋଷ୍ଠୀ ସଂଘର୍ଷ ମାମଲାରେ ଆଜି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ହେଲେ ପୁଲିସ ଘରେ ଆତ୍ମଗୋପନ କରିଥିବା ଏହି ଗଣ୍ଡଗୋଳ ମାମଲାର ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ୪ ଜଣଙ୍କୁ ଏଯାଏ ଗିରଫ କରି ପାରିନି। ଗିରଫ ଅଭିଯୁକ୍ତ ଜଣକ ହେଲେ ଶିଶୁପାଳଗଡ଼ର କାଶୀନାଥ ମହାପାତ୍ର (୧୯)। ଜାମିନ ନାମଞ୍ଜୁର ହେବାରୁ କାଶୀନାଥକୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ପୁଲିସ କହିଛି । କିନ୍ତୁ ମାମଲାରେ ପକ୍ଷଭୁକ୍ତ ସମସ୍ତ ଯୁବକମାନଙ୍କୁ ଧରିବା ପାଇଁ ଗ୍ରାମରେ ପୁଲିସର ଚଢ଼ଉ ଜାରି ରହିଛି। ବିରୋଧୀ ଗୋଷ୍ଠୀଙ୍କ ଆକ୍ରମଣର ଶିକାର ହୋଇଥିବା ନୂଆଗାଁର ୩ ଜଣ ଦୋକାନୀ ଏ ସଂକ୍ରାନ୍ତରେ ଗତକାଲି ରାତିରେ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ବ୍ୟବସାୟୀ ସଂଘ ବି ସମୂହ ଅଭିଯୋଗ କରିଛି । ସେମାନଙ୍କ ଅଭିଯୋଗକୁ ଆଧାର କରି ଧଉଳି ଥାନାରେ ଶିଶୁପାଳଗଡ଼ ଅଞ୍ଚଳର ଉପରୋକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ କେସ୍‌ ନଂ ୭/୧୮ରେ ମାମଲା ରୁଜୁ ହୋଇଛି। ପୁଲିସ ଗିରଫଦାରୀ ସତ୍ୱେ ଏବେ ବି ଦୁଇ ଗୋଷ୍ଠୀ ଛକାପଞ୍ଝ ଅବସ୍ଥାରେ ରହିଥିବା ସୂଚନ ମିଳିଛି। ପୁନର୍ବାର ଗଣ୍ଡୋଗୋଳକୁ ଏଡ଼ାଇବା ପାଇଁ ପୁଲିସ ଘଟଣା ଉପରେ ତୀକ୍ଷ୍‌ଣ ନଜର ରଖିଛି। ଅନ୍ୟପକ୍ଷରେ କିଛି ରାଜନୈତିକ ବ୍ୟକ୍ତି ଏଥିରେ ଅଯଥା ହସ୍ତକ୍ଷେପ କରିବା ଦ୍ୱାରା ବିବାଦ ଭିନ୍ନରୂପ ନେଇଥିବା ପୁଲିସ କହିଛି। ପରସ୍ପର ବିରୋଧରେ ଆକ୍ଷେପ ପ୍ରତି ଆକ୍ଷେପ, କମେଣ୍ଟ ସର୍ବସାଧାରଣ ସ୍ଥାନରେ ଖଣ୍ଡା ବୁଲାଇବା, ଦୋକାନ ଭିତରେ ପଶି ବିଭିନ୍ନ ସାମଗ୍ରୀ ଭଙ୍ଗାରୁଜା କରିବା ଏବଂ ଆଞ୍ଚଳିକ ଦବ୍‌ଦବା ଜାରି ରଖିବାକୁ କେନ୍ଦ୍ର କରି ଏହି ଗୋଷ୍ଠୀ ସଂଘର୍ଷର ସୂତ୍ରପାତ ହୋଇଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe