ବିବାହର ୨ଦିନ ପୂର୍ବରୁ ଶୋଇବା ଘରୁ ମିଳିଲା ବର-କନ୍ୟାଙ୍କ ମୃତଦେହ

ସୀତାପୁରରେ ବିବାହର ଦୁଇ ଦିନ ପୂର୍ବରୁ ଏକ ଦମ୍ପତିଙ୍କ ମୃତଦେହ ମିଳିଛି। ହଳଦୀ ସମାରୋହ ଦିନ ସମସ୍ତେ ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ କନ୍ୟାର ଶୋଇବା ଘରୁ ବର-କନ୍ୟାଙ୍କ ମୃତଦେହ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

tmarria

ସୀତାପୁର(ଉତ୍ତରପ୍ରଦେଶ): ବିବାହର ଦୁଇ ଦିନ ପୂର୍ବରୁ ବର-କନ୍ୟାଙ୍କ ମୃତ୍ୟୁ। ହଳଦୀ ସମାରୋହ ଦିନ ସମସ୍ତେ ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ କନ୍ୟାର ଶୋଇବା ଘରୁ ବର-କନ୍ୟାଙ୍କ ମୃତଦେହ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଘଟଣାଟି ଘଟିଛି ଉତ୍ତରପ୍ରଦେଶର ସୀତାପୁରରେ । ଦୁହିଁଙ୍କ ମୃତଦେହ ପଙ୍ଖାରେ ଝୁଲୁଥିବା ଦେଖି ଦୁହେଁ ଜୀବନ ହାରିଥିବା ନେଇ ପୁଲିସ ସନ୍ଦେହ କରୁଛି। ହେଲେ ବରର ପରିବାର ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି। ମୃତକଙ୍କ ନାମ ଗୁଡ୍ଡୁ ଓ ରୁଚି ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ଗୁଡ୍ଡୁ ଓ ରୁଚି ପରସ୍ପରକୁ ୩ବର୍ଷ ହେଲାଣି ଭଲ ପାଉଥିଲେ। ନଭେମ୍ବର ୨୫ରେ ମୁଖ୍ୟମନ୍ତ୍ରୀ ଗଣବିବାହ ଯୋଜନା ଅଧିନରେ ଦୁହେଁ ବିବାହ କରିବାର ଥିଲା। ହେଲେ ଏହା ସମ୍ଭବ ନହେବାରୁ ଦୁହିଁଙ୍କ ପରିବାର ଲୋକେ ମନ୍ଦିରରେ ଦୁହିଁଙ୍କ ବିବାହ କରାଇବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ବିବାହ ରୀତିନୀତି ବି ଆରମ୍ଭ ହୋଇଯାଇଥିଲା। ହଳଦୀ ପାଇଁ ସମସ୍ତେ ପ୍ରସ୍ତୁତି କରୁଥିବା ବେଳେ ବର-କନ୍ୟାକୁ ଡାକିବାକୁ ଆସିଥିଲେ ପରିବାର ଲୋକେ । ଏହି ସମୟରେ ଶୋଇବା ଘରେ ଦୁହିଁଙ୍କ ମୃତଦେହ ପଙ୍ଖାରେ ଝୁଲୁଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତୁରନ୍ତ ପୁଲିସକୁ ଖବର ଦିଆଯାଇଥିବା ବେଳେ ପୁଲିସ ମୃତକଙ୍କ ଶବ ଉଦ୍ଧାର କରି ଏବେ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ୍ୟୁ ପଛର କାରଣ ଜାଣିବାକୁ ପୁଲିସ ଚେଷ୍ଟା କରୁଥିବା ବେଳେ ଗୁଡ୍ଡୁଙ୍କ ପରିବାର ଲୋକେ ରୁଚିଙ୍କ ଭିଣୋଇଙ୍କ ଉପରେ ହତ୍ୟା ଅଭିଯୋଗ ଆଣିଛନ୍ତି। ଘଟଣାର ୨-୩ଦିନ ପୂର୍ବରୁ ଗୁଡ୍ଡୁଙ୍କର ରୁଚିଙ୍କ ଭିଣୋଇଙ୍କ ସହ ଝଗଡ଼ା ହୋଇଥିବାରୁ ପରିବାର ଲୋକେ ଏଭଳି ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe