ବିମାନବନ୍ଦର ପ୍ରତୀକ୍ଷାଳୟ ଚୌକିରେ ବସି ଯାତ୍ରୀ କଲେ ପରିଶ୍ରା; ଭିଡିଓ ହେଲା ଭାଇରାଲ...

Advertisment
ବିମାନବନ୍ଦର ପ୍ରତୀକ୍ଷାଳୟ ଚୌକିରେ ବସି ଯାତ୍ରୀ କଲେ ପରିଶ୍ରା; ଭିଡିଓ ହେଲା ଭାଇରାଲ...

i.latestly.

ନୂଆଦିଲ୍ଲୀ: ଯାତ୍ରା ସମୟରେ ଅନେକ ଯାତ୍ରୀଙ୍କୁ ଅନେକ ପ୍ରକାର ଅସୁବିଧା ସବୁର ସାମ୍ନା କରିବାକୁ ପଡ଼ିଥାଏ। କିନ୍ତୁ ସମୟ ସମୟରେ ଏମିତି କିଛି ଘଟଣା ଆଖି ସାମ୍ନାରେ ଘଟିଥାଏ ଯାହାକୁ ଦେଖି ମନରେ ଘୃଣା ଭାବ ଆସିବା ସହିତ ଲୋକମାନେ ଏପରି ବି କରି ପାରନ୍ତି ବୋଲି ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ।

ନିକଟରେ ଜଣେ ବ୍ୟକ୍ତି ବିମାନବନ୍ଦରରେ ଥିବା ଯାତ୍ରୀ ପ୍ରତୀକ୍ଷାଳୟ ଚୌକିରେ ବସିଥିବା ଅବସ୍ଥାରେ ସେଠାରେ ବସି ସମସ୍ତଙ୍କ ସାମ୍ନାରେ ପରିଶ୍ରା କରୁଥିବାର ଦୃଶ୍ୟ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି। ଏହି ଭିଡିଓ  ଏବେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ବ୍ୟକ୍ତିଙ୍କ ଏଭଳି ଲଜ୍ଜାଜନକ କାମର ଦୃଶ୍ୟକୁ ସେହି ସ୍ଥାନରେ ଥିବା ଅନ୍ୟ ଯାତ୍ରୀମାନେ ନିଜ କ୍ୟାମେରାରେ କୈଦ କରି ନେଇଥିଲେ। ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

ପୋଷ୍ଟ ହେବା ପରେ ଏହି ଭିଡିଓକୁ ଦେଖି ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଅସନ୍ତୋଷ ବ୍ୟକ୍ତ କରିବା ସହିତ କେହି କେହି ଏହି ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି। କାହିଁକି ଏଭଳି ଲୋକମାନଙ୍କ ପାଇଁ କିଛି ପଦକ୍ଷେପ ନିଆଯାଉ ନାହିଁ ବୋଲି ସୋସିଆଲ ମିଡିଆରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ବ୍ୟବହାରକାରୀ।

Image result for sitting-on-a-chair-in-the-waiting-area-ofthe-airport-the-person-urinated-watching- News18.com

ଆଉ ଜଣେ ବ୍ୟକ୍ତି ଏହି ଭିଡିଓ ଦେଖି କହିଛନ୍ତି, ଏହାକୁ ଦେଖି ମୋତେ କିଛି ଅସ୍ୱଭାବିକ ଅନୁଭବ ହେଲା ନାହିଁ। କାରଣ ଜଣେ ଯୁବତୀ ଦିନେ ରାତିରେ ଆମ କାର ସାମ୍ନାରେ ଆସି ପରିଶ୍ରା କରିଥିଲେ। ତାଙ୍କୁ ଏହା ଜଣା ନଥିଲା ଯେ କାର ଭିତରେ ବି କେହି ବସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe