ମୋବାଇଲ୍‌ରେ ପର୍ଣ୍ଣ ଦେଖି ୪ଜଣ ପିଲା ୪ବର୍ଷର ଶିଶୁକୁ କଲେ ଦୁଷ୍କର୍ମ

Advertisment
ମୋବାଇଲ୍‌ରେ ପର୍ଣ୍ଣ ଦେଖି ୪ଜଣ ପିଲା ୪ବର୍ଷର ଶିଶୁକୁ କଲେ ଦୁଷ୍କର୍ମ

ସାଙ୍କେତିକ ଫଟୋ

କାନପୁର: ଉତ୍ତରପ୍ରଦେଶର କାନପୁରରେ ଏକ ଦୁଃଖଦ ମାମଲା ସାମ୍ନାକୁ ଆସିଛି। ଏଠାରେ ଚାରିବର୍ଷର ଶିଶୁ ୪ଜଣ ପିଲାଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହେଇଛି। ଆଶ୍ଚର୍ଯ୍ୟର କଥା ହେଉଛି ଦୁଷ୍କର୍ମକାରୀଙ୍କ  ବୟସ ୬ରୁ ୧୦ବର୍ଷ ଭିତରେ ରହିଛି। ତେବେ ଏହି ନାବାଳକ ଦୁଷ୍କର୍ମକାରୀ ପର୍ଣ୍ଣ ଦେଖି ଏଭଳି କାଣ୍ଡ ଘଟାଇଥିବା ପୁଲିସ ସୂତ୍ରରୁ ପ୍ରକାଶ।

ପୁଲିସ ଏହି ଚାରି ଜଣ ପିଲାଙ୍କ ବିରୋଧରେ ପୁଲିସ ପୋସ୍କୋ ଆକ୍ଟରେ ମାମଲା ରୁଜୁ କରିଛି। ଚାରି ଜଣ ନାବାଳକଙ୍କୁ ପୁଲିସ ଜେରା କରୁଛି। ଏଭଳି ଏକ ଘଟଣା ମହାରାଜପୁର ଥାନା ଅଞ୍ଚଳରେ ଘଟିଛି। ଥାନା ମୁଖ୍ୟ ରାକେଶ ମୌର୍ଯ୍ୟଙ୍କ କହିବାନୁସାରେ, ଏଭଳି ଘଟଣା ଜୁନ୍‌ ୩୦ ଅର୍ଥାତ ଶନିବାର ଘଟିଥିବା ବେଳେ ପୀଡିତା ପିତା ଜୁଲାଇ ୨ ତାରିଖରେ ଅଭିଯୋଗ କରିଥିଲେ।

ପୀଡିତା ପିତାଙ୍କ ଅଭିଯୋଗ କ୍ରମେ, ତାଙ୍କ ଝିଅ ଗୁରୁତର ଓ ଅଚେତ ଅବସ୍ଥାରେ କ୍ଷେତରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଯେତେବେଳେ ତାର ଚେତା ଆସିଥିଲା, ସେ ନିଜର ସହିତ ଘଟିଥିବା ସେ ଦୁଃଖଦ ଘଟଣା ବିଷୟରେ ବଖାଣି ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe