ହରିଆନାରେ ୫ ଦିନରେ ୬ ଗଣଦୁଷ୍କର୍ମ

Advertisment

ଖଟ୍ଟରଙ୍କ ଆସନ ଟଳମଳ!

ଖଟ୍ଟରଙ୍କ ଆସନ ଟଳମଳ!

ହରିଆନାରେ ୫ ଦିନରେ ୬ ଗଣଦୁଷ୍କର୍ମ

ସାଙ୍କେତିକ ଫଟୋ

ଚଣ୍ଡିଗଡ: ହରିଆଣାରେ ଫତେହବାଦ ଜିଲ୍ଲାରେ ଆଜି ଆଉ ଏକ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ଜଣେ ୨୦ ବର୍ଷୀୟା ମହିଳାଙ୍କୁ ବୁଧବାର ତାଙ୍କ ପଡୋଶୀ ଏବଂ ଅନ୍ୟ ଜଣେ ବ୍ୟକ୍ତି ଗଣଦୁଷ୍କର୍ମ କରିଥିବା ଜଣାପଡ଼ିଛି। ଆଜିର ଘଟଣାକୁ ମିଶାଇଲେ ଲଗାତାର ୫ ଦିନରେ ୬ଟି ଗଣବଳାତ୍କାର ଘଟଣା ଘଟି ସାରିଲାଣି। ଏତଦ୍‌ବ୍ୟତୀତ ଏହି ୫ ଦିନରେ ତିନୋଟି ଶିଶୁଙ୍କୁ ମଧ୍ୟ ଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଛି। ହରିୟାନାରେ ହୁହୁ ହୋଇ ବଢିଚାଲିଥିବା ଏପ୍ରକାର ଅପରାଧ ପାଇଁ ବିରୋଧୀ ଏବେ ରାଜ୍ୟ ସରକାରଙ୍କୁ ଦାୟୀ କରି ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟରଙ୍କ ଇସ୍ତଫା ଦାବି କରିଛନ୍ତି।

ହରିୟାନାରେ ଏଭଳି ଅଚଳବାବସ୍ଥାକୁ ଦେଖି ଖୋଦ୍‌ କେନ୍ଦ୍ର ସରକାର ମଧ୍ୟ ଭୟଭୀତ ହୋଇସାରିଲେଣି। ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏନେଇ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କୁ ଏନେଇ ଜବାବ୍‌ ତଲବ କରିଥିବା ଜଣାପଡ଼ିଛି। ସେପଟେ ମଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି ଯେ,ଏସବୁ ଘଟଣା ପାଇଁ ଦୁଃଖିତ। ରାଜ୍ୟ ମହିଳା କଂଗ୍ରେସ ସଭାପି ସୁସ୍ମିତା ଦେବ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡ୍ଡାଙ୍କ ନେତୃତ୍ୱରେ ଏକ ଦଳ ଆଜି ରାଜ୍ୟପାଳ କପ୍ତାନ ସିଂ ସୋଲଙ୍କୀଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ସହ ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ,ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଖଟ୍ଟର କେନ୍ଦ୍ର ସରକାରଙ୍କ ଟାର୍ଗେଟ କୁ ଆସି ସାରିଛନ୍ତି। ଗତବର୍ଷଠାରୁ ରାଜ୍ୟରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ଥ ହୋଇ ପଡିଥିବା ନେଇ ଖୋଦ୍‌ କେନ୍ଦ୍ର ସରକାର ମଧ୍ୟ ଉପଲବ୍‌ଧି କରି ସାରିଲେଣି। ଉଲ୍ଲେଖଯୋଗ୍ୟଯେ,ଗତବର୍ଷ ପରେ ଗୁରୁଗ୍ରାମର ର‍୍ୟାନ୍‌ ସ୍କୁଲ ଛାତ୍ର ହତ୍ୟା,ଡାକ୍ତରଖାନାରେ ରୋଗୀଙ୍କୁ ଶୋଷଣ ଆଦି ଅନେକ ଘଟଣା ରାଜ୍ୟର ଶାସନ ବ୍ୟବସ୍ଥା ପ୍ରତି ପ୍ରଶ୍ନ ଉଠାଇଥିଲା। ପରେ ରାମରହିମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ନେଇ ଜଣାପଡ଼ିବା ପରେ ଏହା ମଧ୍ୟ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe