ପ୍ରଶାସକଙ୍କୁ ଚାପୁଡ଼ା ମାରିବା ମହଙ୍ଗା ପଡ଼ିଲା, ବ୍ୟବସାୟୀ ଗିରଫ

Advertisment
ପୂର୍ବତନ କର୍ପୋରେଟ୍‌ରଙ୍କୁ ଗାଳିକରି ଯୁବକ ଗିରଫ

NDTV.com

ଭୁବନେଶ୍ବର: ପରିବା କିଣିବାକୁ ଆସିଥିବା ଜଣେ ପ୍ରଶାସକଙ୍କୁ ଚାପୁଡ଼ା ମାରିବା ବ୍ୟବସାୟୀଙ୍କୁ ମହଙ୍ଗା ପଡ଼ିଛି। ମାଡ଼ ମାରିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି। ସେ ‌ହେଲେ, ୟୁନିଟ୍‌-୧ ମାର୍କେଟ୍‌ ଅଞ୍ଚଳର କୁଲୁ ପଟ୍ଟନାୟକ(୩୫)। ପୁଲିସ ସୂଚନା ମୁତାବକ, ଗତ ୮ ତାରିଖ ସନ୍ଧ୍ୟାରେ ପ୍ରଶାସକ ଧରଣୀଧର ନାୟକ ପରିବା କିଣିବା ପାଇଁ ୟୁନିଟ୍‌-୧ ମାର୍କେଟକୁ ଯାଇଥିଲେ। କଦଳୀ ଦରକୁ ନେଇ ଧରଣୀଧର ଓ କୁଲୁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ କୁଲୁ ରାଗି ଯାଇ ଧରଣୀଧରଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲା। ଏନେଇ ସେ ଶ୍ରୀ ନାୟକ କ୍ୟାପିଟାଲ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe