Image Source: India Today
ନୂଆଦିଲ୍ଲୀ: ଶନିବାର ରାତିରେ ଆମେଥିର ବରାଉଲିଆ ଗ୍ରାମରେ ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କୁ ଗୁଳି ମାରି ହତ୍ୟା କରାଯାଇଛି।
ଆମେଥି ସଂସଦୀୟ ନିର୍ବାଚନ ମଣ୍ଡଳୀରେ ସ୍ମୃତି ଇରାନୀ ଲୋକସଭା ନିର୍ବାଚନ ଜିଣିବାର ଅଳ୍ପ କେତେ ଦିନ ପରେ ବିୟୋଗାନ୍ତ ଘଟଣାଟି ଘଟିଛି।
ଜାମୋ ଥାନା ଅନ୍ତର୍ଗତ ବରାଉଲି ଗାଁ’ର ପୂର୍ବତନ ମୁଖିଆ ସୁରେନ୍ଦ୍ର ସିଂହଙ୍କୁ ତାଙ୍କ ବାସଭବନରେ ଅଜ୍ଞାତ ଆତତାୟୀମାନେ ଗୁଳିମାରି ଥିଲେ।
ଅତି ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଲକ୍ଷ୍ନୌ ରେଫର୍ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି। ଏ ଘଟଣାରେ ଦୁଇଜଣଙ୍କୁ ଅଟକ ରଖାଯାଇଛି ଓ ଅଧିକ ତଦନ୍ତ ଚାଲିଛି।
ରାହୁଳ ଗାନ୍ଧୀଙ୍କୁ ଅପମାନ ଦେବା ପାଇଁ ସ୍ମୃତି ଇରାନୀ ଜୋତା ବାଣ୍ଟିଛନ୍ତି ବୋଲି ପ୍ରିୟଙ୍କା ଗାନ୍ଧୀ ଅଭିଯୋଗ କରିବା ପରେ ବରାଉଲି ଗାଁ ଖବରକାଗଜ ପୃଷ୍ଠାମଣ୍ଡନ କରିଥିଲା।
ସ୍ଥାନୀୟ ଲୋକେ ଦାବି କରୁଛନ୍ତି ଯେ ସୁରେନ୍ଦ୍ର ସିଂହ ସ୍ମୃତି ଇରାନୀଙ୍କ ଘନିଷ୍ଠ ଏବଂ ସେ ଜୋତା ବଣ୍ଟନରେ ସମ୍ପୃକ୍ତ ଥିଲେ।
Follow Us