Photo Credit: Twitter
ନୂଆଦିଲ୍ଳୀ: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନାମରେ ଏକ ସଂଘାତିକ ଅଭିଯୋଗ ଆଣିଛନ୍ତି। ଇରାନୀ ଅଭିଯୋଗ ଆଣି କହିଛନ୍ତି ଯେ ଆଜି ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ କଂଗ୍ରେସକୁ ଭୋଟ୍ ଦେବା ପାଇଁ ଭୋଟର୍ଙ୍କୁ ବାଧ୍ୟ କରାଯାଇଥିଲା। ସେ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ଵିଟର୍ରେ ଏକ ଭିଡିଓ ସେୟାର୍ କରି ଉଲ୍ଳେଖ କରିଥିଲେ କି ବୁଥ୍ରେ ଥିବା ଇନ୍ଚାର୍ଜ ଭୋଟର୍ମାନଙ୍କୁ କଂଗ୍ରେସକୁ ଭୋଟ ଦେବା ପାଇଁ ଲୋକଙ୍କ ଉପରେ ଚାପ ପକାଉଥିଲେ।
ସେ ଅଭିଯୋଗ ଆଣି କହିଛନ୍ତି କି ଜଣେ ବୟସ୍କା ମହିଳା ବିଜେପିକୁ ଭୋଟ ଦେବାକୁ ଚାହୁଁଥିଲେ। ମାତ୍ର ତାଙ୍କୁ ଜବରଦସ୍ତ କଂଗ୍ରେସରେ ଭୋଟ ଦେବାକୁ ବାଧ୍ୟ କରାଯାଇଥିଲା।
ବୃଦ୍ଧା ଜଣକ ଅଭିଯୋଗ ଆଣି କହିଛନ୍ତି ଯେ ମୁଁ ପଦ୍ମରେ ଟିପିବାକୁ ଯାଉଥିଲି। ମାତ୍ର ମୋ ହାତକୁ ଜବରଦସ୍ତ ହାତରେ ମାଡ଼ି ଦିଆଯାଇଥିଲା।
ଏହି ଘଟଣା ଘଟିଛି ଉତ୍ତରପ୍ରଦେଶର ଗୌରିଗଞ୍ଜଠାରେ। ଏହି ଅଞ୍ଚଳ ହେଉଛି ଆମେଥି ସଂସଦୀୟ କ୍ଷେତ୍ରର ଏକ ଅଂଶ। ଏଠାରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି ଇରାନୀ।
Follow Us