ଇନ୍‌ଫ୍ଲୁଏନସରଙ୍କ ହତ୍ୟା ଘଟଣା: 'ପ୍ରମୋଶନାଲ ସୁଟ୍' ପାଇଁ ଡାକି ଗଳା ଚିପିଥିଲେ ହତ୍ୟାକାରୀ

bfjkhefk

ଚଣ୍ଡିଗଡ଼: ପଞ୍ଜାବର ଏକ ହସ୍ପିଟାଲର ପାର୍କିଂରୁ ଜଣେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନସର ମୃତଦେହ ମିଳିଥିଲା। ପାର୍କ ହୋଇଥିବା କାର୍ ଭିତରୁ ତାଙ୍କର ମୃତଦେହ ମିଳିଥିଲା। ମୃତକଙ୍କ ନାମ ଥିଲା କମଲ କୌର ଭାବୀ। ଏବେ ଏହି ହତ୍ୟା ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ଏହି ଚାଞ୍ଚଲ୍ୟକର ମାମଲାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସହ ମୁଖ୍ୟ ଷଡଯନ୍ତ୍ରକାରୀ ଅମୃତପାଲ ସିଂହ ମେହରୋଁ ବର୍ତ୍ତମାନ ଫେରାର୍ ଥିବା ସାମ୍ନାକୁ ଆସିଛି। 

କମଲ କୌରଙ୍କ ମୃତଦେହ ଆଦେଶ ବିଶ୍ୱବିଦ୍ୟାଳୟର ପାର୍କିଂରେ ପାର୍କ ହୋଇଥିବା ଏକ କାରର ପଛ ସିଟରୁ ମିଳିଥିଲା। ସ୍ଥାନୀୟ ଲୋକମାନେ ଗାଡିରୁ ଦୁର୍ଗନ୍ଧ ବାହାରୁଥିବା ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

प्रमोशनल शूट के बहाने बुलाया, गला दबाकर कर दी हत्या... सोशल मीडिया स्टार  कमल कौर केस में बड़ा खुलासा - social media influencer kamal kaur murder  case police cracks conspiracy ...

ତଦନ୍ତ ପରେ ଜଣାପଡ଼ିଛି ଯେ, କମଲ କୌରଙ୍କୁ ଅମୃତପାଲ ମେହରୋଁ ଏକ 'ପ୍ରମୋସନାଲ୍ ସୁଟିଂ' ବାହାନାରେ ଭଟିଣ୍ଡାକୁ ଡକାଇଥିଲେ। ସେ ଭଟିଣ୍ଡାରେ ପହଞ୍ଚିବା ମାତ୍ରେ, ଜସପ୍ରୀତ ସିଂହ ଏବଂ ନିମରତଜିତ ସିଂହ ଗଳାଚିପି ତାଙ୍କୁ ହତ୍ୟା କରିଥିଲେ ଏବଂ ମୃତଦେହକୁ ସେହି କାରରେ ଛାଡି ଫେରାର ହୋଇଯାଇଥିଲେ। ପୁଲିସକୁ ଭ୍ରମିତ କରିବା ପାଇଁ ଅଭିଯୁକ୍ତ କାର୍‌ରେ ନକଲି ନମ୍ବର ପ୍ଲେଟ୍ ଲଗାଇଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି।

କଞ୍ଚନ କୁମାରୀ ସୋସିଆଲ ମିଡିଆରେ କମଲ କୌର ଭାବୀ ନାମରେ ପ୍ରସିଦ୍ଧ ଥିଲେ। ଇନଷ୍ଟାଗ୍ରାମରେ ତାଙ୍କର ୩.୮୩ଲକ୍ଷ ଫଲୋଅର୍ସ ଏବଂ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ 'ଫନି ଭାବୀ ଟିଭି'ରେ ୨.୩୬ ଲକ୍ଷ ସବସ୍କ୍ରାଇବର୍ ଥିଲେ। ତାଙ୍କର କଣ୍ଟେଣ୍ଟ ବୋଲ୍ଡ ଥିଲା। ପୂର୍ବରୁ ମଧ୍ୟ ତାଙ୍କୁ ଏଥିପାଇଁ ହତ୍ୟା ଧମକ ମିଳିଥିଲା, ଯେଉଁଥିରେ ଜଣେ ପାକିସ୍ତାନୀ ଗ୍ୟାଙ୍ଗଷ୍ଟରଙ୍କ ନାମ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe