ପ୍ରେମିକା ସହ ବିବାହ କରାଇବାକୁ ରାଜି ନହେବାରୁ ମା’କୁ ହତ୍ୟା କଲା ପୁଅ

ଦିଲ୍ଲୀରେ ଜଣେ ୨୨ବର୍ଷର ଯୁବକ ନିଜ ମା’କୁ ହତ୍ୟା କରିଛି। ୪୫ବର୍ଷୀୟ ମହିଳା ସୁଲୋଚନାଙ୍କ ମୃତଦେହ ଡିସେମ୍ବର ୬ତାରିଖ ରାତିରେ ତାଙ୍କ ଘରେ ରକ୍ତାକ୍ତ ଅବସ୍ଥାରେ ମିଳିଥିଲା।

tdelhii

ନୂଆଦିଲ୍ଲୀ: ପ୍ରେମିକା ପାଇଁ ମା’କୁ ହତ୍ୟା କଲା ପୁଅ। ପଶ୍ଚିମ ଦିଲ୍ଲୀର ଖ୍ୟାଲା ଅଞ୍ଚଳରେ ଏହି ହୃଦୟ ବିଦାରକ ଘଟଣା ଘଟିଛି। ୪୫ବର୍ଷ ବୟସ୍କା ସୁଲୋଚାନାଙ୍କ ମୃତଦେହ ଡିସେମ୍ବର ୬ତାରିଖ ରାତିରେ ତାଙ୍କ ଘରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏନେଇ ପୁଲିସକୁ ଖବର ମିଳିବା ପରେ ଏବେ ପୁଲିସ ଅଭିଯୁକ୍ତ ପୁଅ ସାବନ(୨୨)କୁ ଗିରଫ କରିଛି।

ସୂଚନା ମୁତାବକ, ମୃତକ ସୁଲୋଚାନା ତାଙ୍କର ଦୁଇ ପୁଅ ୨୭ବର୍ଷିୟ କପିଲ ଏବଂ ୨୨ ବର୍ଷିୟ ସାବନଙ୍କ ସହ ରଘୁବୀର ନଗରରେ ରହୁଥିଲେ। ୨୦୧୯ରେ ତାଙ୍କ ସ୍ୱାମୀ ସୁରତ ସିଂଙ୍କର ମୃତ୍ୟୁ ହୋଇଥିଲା। କପିଲ ଏକ ଘରୋଇ କମ୍ପାନିରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିବା ବେଳେ ସାବନ୍ ସାମଗ୍ରୀ ନେବାଆଣିବା ପାଇଁ ଏକ ଚାମ୍ପିଅନ୍ କାର୍ ଚଳାନ୍ତି।

ପୁଲିସର କହିବା ମୁତାବକ, ଡିସେମ୍ବର ୬ରେ, ରାତି ପ୍ରାୟ ୮.୩୦ରେ ସାବନ ପିସିଆରକୁ କଲ୍ କରି ତାଙ୍କ ମା’ଙ୍କୁ ହତ୍ୟା କରାଯାଇଥିବା ଏବଂ ତାଙ୍କ କାନଫୁଲ ଚୋରି ହୋଇଥିବା କହିଥିଲେ। ଚୋରି ପରେ ତାଙ୍କ ମା’ଙ୍କୁ ହତ୍ୟା କରାଯାଇଥିବା କହିଥିଲେ ସାବନ। ଖବର ପାଇ ସାବନଙ୍କ ଘରେ ପହଞ୍ଚିବା ପରେ କାନଫୁଲ ଚୋରି ହୋଇଥିଲେ ବି ଘରେ ଥିବା ଅନ୍ୟ ମୂଲ୍ୟବାନ ଜିନିଷ ସୁରକ୍ଷିତ ଥିବା ଦେଖିବାକୁ ପାଇଥିଲା ପୁଲିସ। ଏହା ପରେ ହତ୍ୟା ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପଡୋଶୀଙ୍କୁ ପଚରାଉଚରା କରିବା ସହ ସିସିଟିଭି ଯାଞ୍ଚ କରିଥିଲା ପୁଲିସ। ହେଲେ କେହି ଅଜଣା ଲୋକ ଘରକୁ ଆସିନଥିବା ଦେଖି ପୁଲିସ ସାବନଙ୍କ ଉପରେ ସନ୍ଦେହ କରିଥିଲା।

ସନ୍ଦେହ ଦୂର କରିବା ପାଇଁ ପଚରାଉଚରା କରିବାରୁ ଦୋଷ ମାନି ନେଇଥିଲେ ସାବନ। ପ୍ରେମିକା ସହ ବିବାହ କରାଇବାକୁ ମନା କରୁଥିବାରୁ ସେ ଏଭଳି କହିଥିବା ସ୍ବୀକାର କରିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe