ଭୁବନେଶ୍ୱର : ମା’ ପଇସା ନ ଦେବାରୁ ପୁଅ ଜାଳିଦେଲା ଦୋକାନ, ଅଭିଯୁକ୍ତ ପୁଅ ଗିରଫ

Advertisment
ମହିଳାଙ୍କ ଗୁପ୍ତାଙ୍ଗରୁ ସ୍ବାବ୍‌ ନମୁନା ନେଇ ଗିରଫ ହେଲେ ଲାବୋରେଟୋରି ଟେକ୍ନିସିଆନ୍‌

Time

ଭୁବନେଶ୍ୱର : ମା’ ପଇସା ନ ଦେବାରୁ ପୁଅ ନିଜ ଦୋକାନ ଜାଳି ଦେଇଛି। ଉଚିତ୍‌ ସମୟରେ ନିଆଁ ଲିଭା ଦଳ ପହଞ୍ଚି ଯିବାରୁ ଦୋକାନ ସମ୍ପୂର୍ଣ୍ଣ ଜଳିବାରୁ ବର୍ତ୍ତି ଯାଇଛି। ଅଭିଯୁକ୍ତ ପୁଅକୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରିଛି। ସେ ହେଉଛି ଗୌତମନଗର ବସ୍ତିର ପି. ରାମା ରାଓ। ତାକୁ ଅପରାହ୍ଣରେ କୋର୍ଟ ଚାଲାଣ କରାଯାଇଛି। ସୂଚନା ମୁତାବକ, ମା’ ପି ଦିନା ରାଓଙ୍କର ୟୁନିଟ୍-୧ ମାର୍କେଟ ପାଖରେ ଏକ ରଶି ଦୋକାନ ରହିଛି। କିଛି ଦିନ ତଳେ ପୁଅ ରାମା ଦୋକାନରୁ ଭାଗ ମାଗିଥିଲା। ହେଲେ ମା’ ଦେଇ ନ ଥିଲେ। ପୁଅ ରାମା, ମା’ଙ୍କୁ ଧମକାଇବା ସହ ଦୋକାନ ପୋଡ଼ି ଦେବା ପାଇଁ କହିଥିଲା। ମା’ ନ ଶୁଣିବାରୁ ଆଜି ମଧ୍ୟାହ୍ନରେ ସେ କିରାସିନି ଢାଳି ସେହି ଦୋକାନରେ ନିଆଁ ଲଗାଇ ଦେଇଥିଲା। କଳ୍ପନା ଛକରୁ ଅଗ୍ନିଶମ ସେବାସଂସ୍ଥାର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe