ଡାକ୍ତର ମା’ଙ୍କ ନିର୍ଯାତନାର ଶିକାର ୧୧ବର୍ଷର ପୁଅ

ଡାକ୍ତର ମା’ଙ୍କ ନିର୍ଯାତନାର ଶିକାର ୧୧ବର୍ଷର ପୁଅ

ନୂଆଦିଲ୍ଲୀ: ଦିଲ୍ଲୀରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଡାକ୍ତର ମା’ ତାର ପିଲାକୁ ନିର୍ଯାତନା ଦେଉଥିବା ନେଇ ପୀଡ଼ିତଙ୍କ ବାପା ଅଭିଯୋଗ କରିଛନ୍ତି।

ପୀଡ଼ିତ ପୁଅର ବାପାଙ୍କ କହିବାନୁସାରେ, ୨୦୦୭ରେ ମୋର ବିବାହ ହୋଇଥିଲା। ବିବାହ ପରେ ଆମର ପୁତ୍ର ସନ୍ତାନ ‌ହୋଇଥିଲା। ପୁଅ ଜନ୍ମର କିଛି ବର୍ଷ ପରେ ସ୍ତ୍ରୀଙ୍କ ସହିତ ମୋର ମଦଭେଦ ହୋଇଥିଲା। ଅନେକ ସମୟରେ ଆମ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଲାଗିଥାଏ। ଯେଉଁ କାରଣରୁ ସ୍ତ୍ରୀ ମୋ ପୁଅ ଉପରେ ସବୁ ରାଗ ଓହ୍ଲାଥାଏ। ଘରେ ତାକୁ ନିର୍ଯାତନା ଦେବା ସହିତ ‌ଯେଉଁ ଆଡେ ବି ଯାଇଥାଏ ପୁଅକୁ ମାଡ଼ ମାରିଥ‌ାଏ।

ପୁଅ ତ‌ାର ମା’ ଭୟରେ ମୋତେ କିଛି ଜଣାଇ ନଥିଲା। ଏକଦା ମୁଁ ଘରର ସିସିଟିଭି ଫୁଟେଜ ଦେଖୁଥିବା ବେଳେ ଏହି ଘଟଣା ବିଷୟରେ ଜାଣିବାକୁ ପାଇଲି। ପୁଅକୁ ପଚାରିବାରୁ ‌ସେ କହିଲା ମା’ ‌ଏହି ଘଟଣା ବିଷୟରେ କାହାକୁ କିଛି ନକହିବାକୁ ଧମକ ଦେଇଥିଲା। ଯଦି କହିଦିଏ ତେବେ ସେ ମୋତେ ହଷ୍ଟେଲ ପଠାଇ ଦେବେ ବୋଲି କହିଥିଲା।

ମୁଁ ପୁଅ ଠାରୁ ଏସମସ୍ତ ଘଟଣା ବିଷୟରେ ଜାଣିବା ପରେ ସ୍ତ୍ରୀକୁ ପଚାରିବାରୁ ସେ କହିଥିଲା ଏ ବିଷୟରେ ବେଶୀ କିଛି ପଚାରିଲେ ସେ ବିଷ ପିଇ ଜୀବନ ହାରିବା ସହିତ ପୁଅକୁ ବି ମାରିଦେବ।’

ପରିସ୍ଥିତି ଅସହ୍ୟ ହେବାରୁ ପିଲାଟିର ବାପା ଶେଷରେ ଫରିଦାବାଦର ଶିଶୁ କଲ୍ୟାଣ କମିଟିରେ ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏଥିସହିତ ସିଡବ୍ଲ୍ୟୁସିଙ୍କ ନିର୍ଦ୍ଦେଶରେ ଚଳିତ ବର୍ଷ ଏପ୍ରିଲ ୧୯ ତାରିଖରେ ଉକ୍ତ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଯାଞ୍ଚ ରିପୋର୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe