ପ୍ରେମଦିବସରେ ବାପା-ମା’ ଫଟୋ ଉଠାଇବାରେ ବ୍ୟସ୍ତ ଥିବାବେଳେ ସୁଇମିଂପୁଲରେ ବୁଡ଼ି ୨ବର୍ଷ ଶିଶୁର ମୃତ୍ୟୁ

Advertisment
ପ୍ରେମଦିବସରେ ବାପା-ମା’ ଫଟୋ ଉଠାଇବାରେ ବ୍ୟସ୍ତ ଥିବାବେଳେ ସୁଇମିଂପୁଲରେ ବୁଡ଼ି ୨ବର୍ଷ ଶିଶୁର ମୃତ୍ୟୁ

ନୂଆଦିଲ୍ଲୀ: ଦୁନିଆର ପ୍ରତ୍ୟେକ ମା’-ବାପା ନିଜ ପିଲାମାନଙ୍କ ବିଷୟରେ ଚିନ୍ତା କରିଥାଆନ୍ତି। ଅନେକ ଥର ନିଜ ସନ୍ତାନକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥାଆନ୍ତି। କିନ୍ତୁ ନିକଟରେ ଏହାର ଏକ ଓଲଟା ଘଟଣା ସାମ୍ନାକୁ ଆସିଛି। ବାପା-ମା’ କିଛି ସମୟ ପାଇଁ ବେପରୁଆ ହୋଇଯାଇଥିବାରୁ ୨ବର୍ଷ ଶିଶୁର ମୃତ୍ୟୁ ହୋଇଯାଇଛି।

ପ୍ରକାଶିତ ରିପୋର୍ଟ ମୁତାବକ, ନିକଟରେ ଥାଇଲ୍ୟାଣ୍ଡରୁ ଏମିତି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମଦିବସରେ ବାପା-ମା’ ନିଜନିଜ ସାଙ୍ଗସାଥୀଙ୍କ ସହ ଫଟୋ ଉଠାଇବାରେ ବ୍ୟସ୍ତ ଥିଲେ। ଏହି ସମୟରେ ତାଙ୍କର ୨ ବର୍ଷର ଶିଶୁ ସେଠାରେ ଥିବା ଏକ ସୁଇମିଂପୁଲ ନିକଟକୁ ଚାଲି ଯାଇଥିଲା। ଫଟୋସୁଟରେ ବାପା-ମା’ ଏତେ ବ୍ୟସ୍ତ ଥିଲେ ଯେ ତାଙ୍କର ପିଲା କେଉଁଆଡେ ଗଲା ତାହା ତାଙ୍କର ନଜର ନଥିଲା। କିଛି ସମୟ ପରେ ଶିଶୁ ଦେଖିବାକୁ ନମିଳିବାରୁ ତାକୁ ଖୋଜାଖୋଜି କରିଥିଲେ।

ଏହି ଖୋଜାଖୋଜି ସମୟରେ ଶିଶୁ ସୁଇମିଂପୁଲରେ ଭାସୁଥିବା ଦେଖବାକୁ ମିଳିଥିଲା। ତୁରନ୍ତ ତାକୁ ପାଣିରୁ ବାହାର କରି ସିପିଆର ଦିଆଯାଇଥିଲା, କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ଶିଶୁ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଥିଲା। ତେବେ କୁହାଯାଉଛି କି ମୃତ ଶିଶୁର ମା’ ଆଡଲ୍ଟ ସାଇଟ ଓନଲିଫ୍ୟାନ୍ସରେ ମଡେଲ ଥିବା ବେଳେ ତାଙ୍କ ବାପା ପେସାରେ ଜଣେ ଫଟୋଗ୍ରାଫର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe