ମା’ ହୋଟେଲ ରୁମରେ ଶୋଇଥିବା ବେଳେ ଜୀବନ ହାରିଲା ପୁଅ

Advertisment

ଆର୍ଥିକ ସଙ୍କଟ ଓ ଋଣ ଭାର ହେତୁ ମା’ ହୋଟେଲ ରୁମରେ ଶୋଇଥିବା ବେଳେ ପୁଅ ଓଢ଼ଣୀ ସାହାଯ୍ୟରେ ଉକ୍ତ କୋଠରି ଭିତରେ ଜୀବନ ହାରି ଦେଇଛି। ସୁସାଇଡ଼ ନୋଟ ଜବତ କରି ପୁଲିସ କରୁଛି ଯାଞ୍ଚ।

ଆର୍ଥିକ ସଙ୍କଟ ଓ ଋଣ ଭାର ହେତୁ ମା’ ହୋଟେଲ ରୁମରେ ଶୋଇଥିବା ବେଳେ ପୁଅ ଓଢ଼ଣୀ ସାହାଯ୍ୟରେ ଉକ୍ତ କୋଠରି ଭିତରେ ଜୀବନ ହାରି ଦେଇଛି। ସୁସାଇଡ଼ ନୋଟ ଜବତ କରି ପୁଲିସ କରୁଛି ଯାଞ୍ଚ।

GeZ


ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରାଣସୀରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମା’ ହୋଟେଲ ରୁମରେ ଶୋଇଥିବା ବେଳେ ପୁଅ ଉକ୍ତ କୋଠରି ଭିତରେ ଜୀବନ ହାରି ଦେଇଥିବା ଜଣାପଡ଼ିଛି। ଏହି ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ଏକ ସୁଇସାଇଡ଼ ନୋଟ ଜବତ କରିଛି। 

ସୂଚନାଯୋଗ୍ୟ, ବାରାଣସୀର ଭେଲୁପୁର ଥାନା ନିକଟରେ ଥିବା ଶ୍ରୀହରି କୃପା ରେସିଡେନ୍ସି ହୋଟେଲରେ ଦିଲ୍ଲୀର ପହାଡଗଞ୍ଜର ମୁଲତାନି ଦଙ୍ଗ ଅଞ୍ଚଳରେ ବସବାସ କରୁଥିବା ସାହିଲ ମଲିକ(୨୫) ତାଙ୍କ ମା’ ପ୍ରେରଣା ମଲିକଙ୍କ ସହିତ ରୁମ ନମ୍ବର ୨୦୪ରେ ଥିଲେ। 

ପୁଲିସସୂତ୍ରରୁ ପ୍ରକାଶ, ଘଟଣାଦିନ ରାତିରେ ସାହିଲ ତାଙ୍କ  ମା’ଙ୍କୁ ନିଦ ଔଷଧ ଦେଇଥିଲେ। ଏହାପରେ ପ୍ରେରଣାଙ୍କ ନିଦ ହୋଇଯାଇଥିଲା। ଆଖପାଖରେ କ’ଣ ଘଟୁଛି ସେ ସମ୍ପର୍କରେ କିଛି ଜାଣି ପାରି ନଥିଲେ। ତା’ପରଦିନ ସକାଳେ ଉଠିବା ପରେ ଆଖି ସାମ୍ନାରେ ପୁଅକୁ ଝୁଲୁଥିବା ଦେଖି ସ୍ତବ୍ଧ ହୋଇଯାଇଥିଲେ। ତୁରନ୍ତ ଫୋନ କରି ଘଟଣା ବିଷୟରେ ହୋଟେଲ ପରିଚାଳକଙ୍କୁ ଜଣାଇଥିଲେ। 

ଖବର ପାଇ ହୋଟେଲ ପରିଚାଳକ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାହିଲଙ୍କ ମୃତଦେହ  ଜବତ କରିବା ସହିତ ଘଟଣାସ୍ଥଳରୁ ଏକ ସୁଇସାଇଟ ନୋଟ ଜବତ କରିଥିଲେ। ‌ଯେଉଁଥିରେ ଆର୍ଥିକ ସଙ୍କଟ ଓ ଋଣ ଭାର ହେତୁ ସାହିଲ ଜୀବନ ହାରିଥିବା ଉଲ୍ଲେଖ କରିଥିବ‌ା ପୁଲିସ ସୂତ୍ରରୁ ପ୍ରକାଶ ପାଇଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe